ମୋର ଲେଖା
ଗଜାନନ ମିଶ୍ର
ଲେଖା ମୋର
ଯଦି ପ୍ରମାଣ କରିଦେବ ଅସତ୍ୟ
ଛାଡିଦେବି ଲେଖିବା
ଆଉ ରହି ନ ଥିବ ବିଶ୍ୱାସ କେଉଁଠାରେ।
ସମୟକୁ ବୋକା ବନେଇବାକୁ
ମୋର ଲେଖା ନୁହଁ।
କି ଲେଖି ଗୋଲାପି ଓଠରେ
ଦେବି ଚୁମା ନୁହଁ ବି ଏମିତି।
ମୁଗୁନି ପଥର ଲେଖା ମୋର
ଆଉ ଖାଣ୍ଟି ଇସ୍ପାତ।
ଏମିତି ଲେଖା ନ ଥିଲା କି
ମିଳିବ ନି ବି ଆଗକୁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
1/7/2019
This poem has not been translated into any other language yet.
I would like to translate this poem