ଇତି, ନୁହଁ ସମାପ୍ତି No End Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଇତି, ନୁହଁ ସମାପ୍ତି No End

Rating: 5.0

ବଂଚେ ସବୁ
ଗଜାନନ ମିଶ୍ର

ବଂଚେ ସବୁ,
ନ ବଂଚେ ନୁହେଁ କିଛି।
ସମସ୍ତେ ବଂଚନ୍ତି
ଅଧିକାର ଅଛି ସମସ୍ତଙ୍କର
ବଂଚିବେ ସମସ୍ତେ ।

ବଂଚିବା ଭିତରେ
କାହାକୁ କିଏ ମାରେ!
ମାରି ପାରେ?
ନିଜ ସ୍ୱାର୍ଥ ପାଇଁ
ପ୍ରସ୍ତୁତ ହେଉଥାଏ ମାରିବାକୁ
ଅପରକୁ ଯଦିଓ।
ଆଉ ମରୁଥାଏ
ନିଜେଇ ନିଜଠି।
କିଏ ମରେ କିଏ ମାରେ
ଯାଇଥାଏ ପାଶୋରି।

ବଂଚିବା ଭିତରେ ମରିବା
ଆଉ ମରିବା ଭିତରେ ବଂଚିବା
କିଏ ଦେଖେ କିପରି!
ହାଓଜାଓ ଲହରୀ
ଘର ଘଡି ଉଇ
ଘାଇ ଛାଇ ଭାଇ
ଇଏ ସିଏ କିଏ
କାହାକୁ ଜଣା କି ଟିକିଏ!

ଆରେ ଅନ୍ଧସବୁ
ସବୁ କାଲ
ସବୁ ପାଗଳ।
ହୋ ହାରେ
କଷାକଷି ନିଜର
ତୁଚ୍ଛା ବଳ।
ମାଟି କାହାର?
ମାଟିରୁ ବାହାରି
ମାଟିର ଶରୀର
ମିଶିଲାବେଳେ ମାଟିରେ
ଥାଏ କି ଆଉ କିଛି କଣ
ପଚାରିବାକୁ!

ପଶୁପକ୍ଷୀ ମଶାମାଛି
ବାସିତିଆସି ସବୁରେ ରସି
ମଣିଷ ଖୁସି!
ଧନ୍ୟରେ, କୁକୁର-କୁକୁଡା
ଦୁଇ ମିତ ଖାଇବାରେ ବ୍ୟସ୍ତ
ଲସି, ଏକାଠି ମିଶି।
ଏଇଟା ଏମିତି
ଇତି
ନୁହଁ ସମାପ୍ତି।

ତପୋବନ, ଟିଟିଲାଗଡ, ବଲାଙ୍ଗିର
15/10/2019

Monday, October 14, 2019
Topic(s) of this poem: life,world
POET'S NOTES ABOUT THE POEM
Language - odia,script - brahmi. About life
COMMENTS OF THE POEM
Tapaswini dash 14 October 2019

Life is full of mystery, so also this world

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success