ସମୟ ନାଇଁ No Time Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସମୟ ନାଇଁ No Time

Rating: 5.0

ଆମ୍ୱକଷି
ଗଜାନନ ମିଶ୍ର

ତୁ ଆଉ
ଆମ୍ୱକଷି ହୋଇ
ନାହୁଁରେ ସୁନ୍ଦରୀ।
ଏବେ
ନା ତୋର ପାଳି
ନା ମୋର!

ଏଠୁ ସେଠିକୁ
ଯିବାକୁ
ସମୟ ନାଇଁ।
ନାଇଁ ତୋ ପାଖରେ
ନାଇଁ ମୋ ପାଖରେ
ନାଇଁ ନାଇଁ ନାଇଁ।

ତୋ ଭିତରର ଝଡ
ତତେ ନାଶିବ ସୁନ୍ଦରୀ,
ମତେ ବି ଛାଡିବ ନି
ମୋ ଭିତରର
ବନ୍ୟା ବାତ୍ଯା ମରୁଡି,
ଆମଠି ଆମର କରାଳ ରଡି।

ରେ ସୁନ୍ଦରୀ
ତୋ ନବନାଟକର
ନୁହଁ ମୁଁ ନାୟକ ଆଉ,
ତୁ ବି ଆଉ
ନାୟିକା ହୋଇ ନାହୁଁ,
କୁଆଡୁ କୁଆଡକୁ
ଏଠାକାର ଏ
ଉତ୍ତାଳ ତରଙ୍ଗ
ବୋହି ନେଉଛି କିନ୍ତୁ
ଆମ ଦିହିଙ୍କୁ।

ଯୁଆଡେ ଯାଉଛୁ ଯା
ଯୋଉଠି ଅଛୁ ଥା,
ଆମର ଭେଟ ଏମିତି
ଅଚାନକ ବେଳେବେଳେ
ହେଉଛି ତ ହେଉଥାଉ।
ଏ ବେଳରେ
ଲେସି ହେଉ କି ଲେତି
ଝଡିବାର ଅଛି ଯଦି
ଝଡୁଥାଉ ସୁନ୍ଦରୀ ଝଡୁଥାଉ!

ତପୋବନ, ଟିଟିଲାଗଡ, ବଲାଙ୍ଗୀର
26/05/2020

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success