ନୁହେଁ ଶସ୍ତା Not Cheap Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନୁହେଁ ଶସ୍ତା Not Cheap

Rating: 5.0

1.

କିଏ ଦୋଷୀ?
ଯିଏ ଦୋଷୀ ସିଏ ଖାଲି
ଦେଖୁଛି ଚୁପଚାପ୍ ବସି।
ବିଅର୍ଥ ସବୁ,
କୂଟ କପଟରେ
ହୋଇ ଚାଲିଛି ସବୁ କ୍ଷୟ।
ଦ୍ରୋହୀ ବୋଲିବା ଲୋକ
ଅଛି କି ଆଉ କିଏ?
ଉଦୟ ଆଉ ଅସ୍ତରେ
ପଡୁ ନି ଜଣା ଠିକଣା।
ସଭିଏଁ କିନ୍ତୁ ଯେ ଯୋଉଠି
ଛଟପଟ ନିଜ ନିଜ ବିପତ୍ତିରେ।
ଧୂପଦୀପ ଗନ୍ଧବାସ ଦଧିଦୁଗ୍ଧ ଗୁଡମଧୁ
ସବୁ ହେଉଛି ନଷ୍ଟ, ନାହିଁ ସତ୍ଯ ଭେଟ।
କିଏ ଆଉ କେଉଁ କର୍ମ କରିବ
କୋଉ ବାଟେ ଯିବ, କଣ ସାଧିବ,
କିଛି କୋଉଠି କାହାରି ନାହିଁ ଯତ୍ନ।
ପଥ ପନ୍ଥା ନାଇଁ ଆଉ ଏକା,
ଅଇଲା ଗଲା ହେଲା ନି ଚୌକା ଛକ୍କା।
ପୀରତି ଭାଙ୍ଗିଲା, ତାଟକା।

2.

ନୁହେଁ ଶସ୍ତା, ନୁହେଁ
ଧୀରା ମୋ କବିତା।
ସୀମାହୀନ ଛୁଟିଯାଏ
ମୋ କବିତା, ଏରୁଣ୍ଡି ଡେଇଁ
କାହିଁ କେଉଁଆଡେ, ଥାଏ
ଯଦିଓ କିଛି ନିର୍ଦିଷ୍ଟତା।
ଭାବନାର ଖେଳ ଖାଲି
ନୁହେଁ ମୋ କବିତା, ସ୍ମୃତିର
ହଲଚଲ ଖାଲି ହୁଏ ନା ଏଠି।
ନୁହେଁ ବି ଧୂଳି ପାହାଡ କି
ଘୂର୍ଣ୍ଣି, ମୋ କବିତା ସଦା
ପତ୍ର ଫୁଲଭରା, କଳା
ବିଜ୍ଞାନ ଆଉ ସଂସ୍କୃତିର
ଚିରନ୍ତନ ଆଦି ପସରା।
ଆପଣା ପରିଚୟର
ଏକ ନକ୍ସା ମୋ କବିତା,
ନେଇ ଯାହାକୁ ଚଳପ୍ରଚଳ ମୁଁ,
ଜିତାହରାର ଖୋଲା କୋଠରୀରେ।
ଦିବ୍ୟ ଆଲୁଅର ମାନକ
ମାପଦଣ୍ଡ ମୋ କବିତା,
ପୁରୁଷ ପୁରୁଷ ଧରି ଯୋଉଟା
ଅଛି ଆଉ ଥିବ ସ୍ପଷ୍ଟ, ଅବଦଳ
ଜୀବନୀଶକ୍ତି ଧରି ସବୁ ସୌନ୍ଦର୍ଯ୍ୟର।
ପାଣ୍ଠିର ହେରଫେର ନାହିଁ ଏଠି,
ଫାଣ୍ଡିର ନାହିଁ ବି ଆବଶ୍ୟକତା,
ଆସିଲା ଯାହା, ଗଲା ବି ତାହା,
କିନ୍ତୁ ଯାହା ରହିଲା, ସେଥିରେ
ଅଭାବ କିଛି ନ ଥିଲା, ମୋ କବିତା।
ପୂର୍ଣ ଆଉ ଅପୂର୍ଣ ଉଭୟ ମୋ କବିତା,
ଜାଗେ, ଜଗାଏ।
ଲେଖେ, ଲେଖାଏ।
ଦେଖେ ଦେଖାଏ।
ଶୁଣେ, ଶୁଣାଏ।
ଆଉ ଏସବୁର ଭିତରେ
ସରଗ ଆଡକୁ ମୁହାଁଇଥାଏ
ସଭିଙ୍କୁ ସାଉଁଟି ଧରି
ମୁକ୍ତିର ଗୀତ ଗାଇ ଗାଇ
ଲେଉଟା ଅଣଲେଉଟା
ଉଭୟ ରାସ୍ତାରେ।

Thursday, May 10, 2018
Topic(s) of this poem: life
COMMENTS OF THE POEM
Gajanan Mishra 10 May 2018

life is a mystery and it is costly

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success