1
ଯିଏ ରହିବ ଓଡିଶାରେ,
କାମ କରିବ ଏଠା ଲୋକଙ୍କ ପାଇଁ,
ସମ୍ୱିଧାନ ସ୍ୱୀକୃତ ରାଜ୍ୟ ସରକାରୀ ଭାଷା
ବ୍ୟବହାର କରିବା ଜରୁରୀ,
ଓଡିଶା କାହାରି ଉପନିବେଶବାଦ ନୁହଁ ।
2
ଯୋଉ ଜାଗାକୁ ଯିବା ସେଇ ଜାଗାର
ଭାଷା ଶିଖିବା କଥା କି ନୁହଁ?
ନା ନିଜ ଭାଷା ଜୋର ଜବରଦସ୍ତି
ସେଠାକାର ଲୋକଙ୍କ ଉପରେ ଲଦିଦେବା!
3
ମାଟିର ଭାଷା ବ୍ୟବହାର କର କହିବା
କଣ ଦିବା ସ୍ୱପ୍ନ ଦେଖାଇବା?
ଜନଗଣର ପ୍ରତିନିଧି ଅର୍ଥ କଣ
କେତେ ମାତ୍ରାରେ ଜନଗଣଙ୍କୁ
ଶୋଷି ପାରିବା?
This poem has not been translated into any other language yet.
I would like to translate this poem