ନୁହଁ ସହଜ
ଜୀବନକୁ ଜୀବନ ଭଳି
ଅନୁଭବ କରି
ଛାଡି ଦେବା ଭରା ନଈରେ।
ସବୁ କଥାକୁ ଫେଣ୍ଟି
ରହିବା ଜୀବନ ଧରି
ନୁହଁ ସହଜ।
ଫୁକରି ଆକାଶକୁ
ଉଡେଇ ଦେବା ପାଖରୁ
ନୁହଁ ସହଜ।
ଏତେସେତେ ମନେରଖି
ହିସାବ ଯାଇ ଖାଡା ରହିବା
ଆଗରେ ଖରାରେ ବର୍ଷାରେ
ନୁହଁ ସହଜ।
ସହଜକୁ ସହଜ
ମନେକରି ପବନ
ସହିତ ଖେଳିବା
ନୁହଁ ସହଜ।
This poem has not been translated into any other language yet.
I would like to translate this poem