କେନ୍ତା କେଜାନେ
ଦୁସରା କିଛୁ
ନେଇଁ ପାରବାର ଲେଖି।
କେନ୍ତା କେଜାନେ
ହେତାର ଭାବେ
ବାନ୍ଧି ରଖିଛେ ମତେ
ହର୍ମିଶା କବିତା।
ମାଫ କରବ
ତାରକ ଭାଇ,
ଚାହେଁଲେ ଭି
ନେଇଁ ପାରୁଛେଁ
ଲେଖି, ଦୁସରା ଟା
ଗୁଟେ, ତୁମର ଲାଗି।
କେନ୍ତା କେଜାନେ,
ପଡିଯେଇଛେଁ ବନ୍ଧା ଇନେ।
ଆରୁ ଅପନେ ଆପ୍
ଝରିଅଉଛେ କେତନିକେତେ
ନେଇଁ ମିଲୁଛେ ହିସାବ,
ହଉଛେଁ ପଛେ
ମୁଇଁ ମୋର କାପ୍ କାପ୍।
ଛାଡ ପାଏବାର
ଛାଡ ପାଏବାର
ନେଇଁ ନ ଚାନ୍ସ,
ଫେର ଭି ଲୋକ କହୁଛନ୍
କାଁ ହଉଛେ ଗା
ହେ ଚନ୍ଦନର ବୁଆ
ଭୁତ୍ ବାଗିର ଗଉଛେ ଗିତ୍
ଆରୁ ଲେଖତେଲ ଲେଖୁଛେ
ଖାଲି କବିତା ଆରୁ କବିତା
କେନୁ ପଉଛେ ଏତକି ମସଲା!
କହୁଛେ ସାନଶଲା,
ନେଇଁ ଲେଖଲେ ନେଇଁ ହେତା!
ବଡଶଲା କହୁଛେ
ଲେଖବେ ନି କେଁ
କବି ଆରୁ,
ମୋର କନିଆଁ ଦଉଛେ ଉତର,
ନେଇଁ ଲେଖଲେ
ବଁଚବେ କେନ୍ତା!
ସତେ ହୋ, ଇ ଭିତରେ
କେତେ କେତେ କେଁ କେଁଟା
ନେଇଁ ହେଲାନ ଘଟନା!
କେନ୍ତା କେଜାନେ
ଘଟନାର ସୁତରେ ସୁତର
ଯଉଛେ କବିତା,
ମାର କି ତାର ବୁଆ
ମୁଇଁ ତ ମୋର ଅଛେଁ
ବିସମାତି ନେଇଁ ହେଇକରି
ଲେଖତେଲ ଲେଖୁଛେଁ,
ଆରୁ ବିଶାସ କର କି ନେଇଁ କର
ଜିବନକେ ନେଇଁ କରେଇଦେବାର ପିତା,
ହେ କବିତା ।
This poem has not been translated into any other language yet.
I would like to translate this poem