ଜାନିଛେଁ
ଗଜାନନ ମିଶ୍ର
ଜାନିଛେଁ,
ନେଇଁ ଜାନି ବଲି
ନେଇଁ କହେବାର।
ହେଲେ ଇଛେନ
ଅଛେ କେନ
କରୁଛେ କାଣା
ନେଇଁ ପଚର
ନେଇଁ କହିପାରେଁ।
ହେତାର ନାଁ ଗାଁ
କାଣା, କେତେ କହେମି
ଫାଏଦା ନେଇଁ।
ଫାଏଦା କଥା
ନେଇଁ କହେବାରଟା
ଭଲ ହେବା।
ହିଁସକୁଟିଆ,
ଚୁରିଦାରି ଜାହାକେଜେତେ
ସବୁଆଡେ ଫଏଲିଛେ
ଆଏଜକାଏଲ।
ଆରୁ ଫାଏଦାର ନାଁ ସୁନଲେ
ହୁଡାକୁଦା ମାରମରଦନ
କେତେକାଣା ଦିନ ନେଇଁ
ରାଏତ ନେଇଁ!
ଜାନିଛେଁ,
ହେଲେ ନେଇଁ କହେଁ
ମଲାନ କି ହଜଲାନ!
ନେଇଁ ଜାନି ହେଟା ।
ମଡାପୁଡା/ପୁତା ଜାଗାକେ
ଜେଇ ନେଇଁ।
ନେଇଁ ଦେଖି ଆଖି
ନେଇଁ ସୁନି କାନେ।
ଇ ଟୁଡେଁ ଭି
କହିନେଇଁ ପଦେ
କେତେବେଲେ ପେରେମରେ।
ଇ ହାତେ ଭି
କରିନେଇଁ ଉପକାର କିଛୁ।
ଇ ଗୁଡେ ଜେଇ ନେଇଁ
ହେତାର ଘରଦୁଆରକେ
ଉସତେ କେଭେ,
ଥିଲାବେଲକେ ଇଠାନେ!
ଇନସାନ କି ଜାନୁଆର
ହେଟାକେ ନେଇଁ କରି କେଆର୍।
ମୋର ମୁଇଁ ମୋରଠାନେ
ଏନ୍ତା ଇନ ସବୁବେଲେ,
ସଁଗେ ମୋର କବିତା ।
ଆରୁ କବିତାରକାଜେ
ନିଁଦା ପରଶଁସା
ଦୁଆର ପକାପକିତକ୍
ଜେଇଛେ ଭି
କେତନିକେତେ।
ଫେର ଭି ଅଛେ କବିତା
ହେତାରଠାନେ ହେନ୍ତା,
ଜାନବାରଟା / ନେଇଁଜାନବାରଟା
ସବୁ ବୁରଥା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
24/4/3019, କୋଲକାତା
This poem has not been translated into any other language yet.
I would like to translate this poem