ସେମିତି କିଛିନାଇଁ Nothing Like That Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସେମିତି କିଛିନାଇଁ Nothing Like That

କାଟି ଦେଇଛି
ମୋ ବାଡିର ପଣସ ଗଛ,
କାଟି ଦେଇଛି
ଆମ୍ୱ ଆଉ ଲେମ୍ୱୁ ଗଛ ବି।

ଘର ନିହ ପାଇଁ
ମପାଜୁପା ସରିଲା,
ଗାରଟଣା ହେଲା,
ରାଜମିସ୍ତ୍ରି ଆସିଲେ,
ଆୟୋଜନ ସବୁ ହେଲା,
ହୋଇ ପାରିଲା ନି
ଘର ତିଆରିର ଶୁଭାରମ୍ଭ,
ୟାକୁ କହିବ ଯୋଗ।

ଛାତର ଜୁଲି ଝର୍କାମାନଙ୍କରେ
ପାରାମାନେ ବସାକଲେ,
ଅଣ୍ଡାରୁ ଛୁଆ ବାହାରକଲେ,
ଆୟ ବଢିବ ବଢିବ ବୋଲୁ ବୋଲୁ
ହାତୁପଣତୁ ସବୁ ଗଲା,
ବସି ଗଣିବାକୁ ଶୂନ୍ୟ ତାରା
ଭଙ୍ଗାଘରେ।

କବିତାଲେଖା କଣ
ନୁହଁ ପରକୀୟା ପ୍ରୀତି?
କିଏ କୋଉଠି ଥାଇ
କରୁଛି କଣ ହିସାବ ଦେବା
ଲୋକ କାହିଁ?
ତୁମେ କହୁଛ, ଦେଖିଲେ
ତଣ୍ଟି ଚିପିଦେବି!

କେମିତି ଦେଖିବ କୋଉଠି
ସେଆଡକୁ ତ ନିଘା ଇ ନାଇଁ।
ଦେଖିବା ଜାଣିବା
ସେମିତି କିଛିନାଇଁ।

ନୂଆ ପଣସ ଗଛ ଲଗା ହେଇଛି,
ମଲ୍ଲୀଫୁଲ ଫୁଟୁଛି,
ଜାମୁକୋଳି ଗଛରେ ଫଳ ନାଇଁ,
ପାଣି ଉଠୁ ନି କୂଅରୁ,
ଜଗନ୍ନାଥଙ୍କ ଗାଧୁଆ ଚାଲିଛି,
ପୁଣି କଣ ହେବ କେଜାଣି,
ନୂଆ ସୂର୍ଯ୍ୟ କିନ୍ତୁ ଆସୁଛି ଉଇଁ।

Sunday, July 1, 2018
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success