ସଂଖ୍ୟା Number Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସଂଖ୍ୟା Number

Rating: 5.0

ସଂଖ୍ୟା
ଗଜାନନ ମିଶ୍ର

ଏ ଖେଳ ଦେଖ,
ଏଇଟା ସଂଖ୍ଯାକୁ ନେଇ।
ସଂଖ୍ଯା ବଢାଇବା
ଆଉ କମାଇବା
କାହାରି ବ୍ୟକ୍ତିଗତ
ଅଧିକାରରେ ନାଇଁ।

ସଂଖ୍ଯା ପାଇଁ ହିଂସା
ହୁଡାକୁଦା,ଠେଲା ପଥର,
ବନ୍ଧୁକ, ବୋମା,
ମରାହଣା, ଆଉ କଣ କଣ
କଳ୍ପନା ବାହାରେ।

ସଂଖ୍ଯା ଆମର ଲକ୍ଷ୍ୟ,
କହୁଛନ୍ତି ଥୋକେ।
ସଂଖ୍ୟାକୁ ନେଇ
କୁଆଡେ କରାଯିବ ବିକାଶ,
ସଂଖ୍ୟାରେ ରହିଛି
କୁଆଡେ ମାଟି ମା
ଆଉ ଆଉ ସବୁର ସୁରକ୍ଷା।

ଏକରେ ପଡେ ଭାରି
ଅନେକ । ସଂଖ୍ଯା ଏକ
ଆଉ ସଂଖ୍ଯା ଅନେକ-
ବିଚାର ପାଇଁ
ଆଗରେ ଜନମତ।
ସାରା ବିଶ୍ୱ
ସଂଖ୍ଯାରେ ଅବନତ।

ଦେଖ, ହୁଅ ନି ଆଶ୍ଚର୍ଯ୍ୟ,
ଯଦି ହେଲା ଏପଟ ସେପଟ
କେତେ ଗୋଟା ସଂଖ୍ଯା ।
ସଂଖ୍ୟାର ଏ ଖେଳକୁ
କର ଉପଭୋଗ ।
କେତେ କାହା ଭାଗ
ହୁଅ ସନ୍ତଷ୍ଟ।

ସଂଖ୍ଯା ବାହାରେ ବି
ରହୁଛ ଯଦି, କର ନି ଖାତିର।
ତୁମେ ନିଜେଇ
ସଂଖ୍ୟା ବାହାରର ଲୋକ।
ସଂଖ୍ୟା ବାହାରେ ଇ
ଅଛି ତୁମର ନିଜତ୍ୱ,
ତୁମର ପରିଚୟ।

ପ୍ରସ୍ତୁତ ହୋଇଥାଅ,
ମତେ ଜଣା ନାଇଁ
କଣ ଫଳାଫଳ
ସଂଖ୍ୟାଖେଳରେ
ମୁଁ ହେବା କଥା ଆଉ
ହେଉଛି ଆନନ୍ଦରେ ବିଭୋର।

ତପୋବନ, ଟିଟିଲାଗଡ, ବଲାଙ୍ଗିର
23/5/2019

Wednesday, May 22, 2019
Topic(s) of this poem: life,politics
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success