ଚାଷୀ କିଏ?
ମୁଁ ପଚାରିଦେଲି ଯେବେ,
ଚଟ୍ କିନା ତୁମେ କହିଦେଲ-
ରାହୁଲ ଗାନ୍ଧୀ ।
ମୁଁ ପଚାରିଲି କେମିତି,
ତୁମେ କହିଲ-
ନିର୍ବାଚନ କାଗଜରେ
ଘୋଷଣା କରିଛନ୍ତି ଏମିତି ।
ରାହୁଲ ଗାନ୍ଧୀ କିଏ?
ପ୍ରଶ୍ନ ନ ସରୁ ନୁ କହିଲ-
ମହାତ୍ମା ଗାନ୍ଧୀଙ୍କ ନାତି ।
ମହାତ୍ମା ଗାନ୍ଧୀ କିଏ?
କହିଲ- ସେ କଥା ନ ଜାଣେ ଯିଏ
ଚତୁର ହେଲା ସେ କେବେ!
This poem has not been translated into any other language yet.
I would like to translate this poem