ମନ୍ତ୍ରୀ କିଏ-
ଚାକିରିଆଟିଏ?
ଖେଳନାଟିଏ?
ଠାଲଟିଏ?
ନା ଅସ୍ତ୍ରଟିଏ?
ମନ୍ତ୍ରୀ କଣ କରେ?
ଭୋକିଲା ପେଟରେ ଅନ୍ନ ଦିଏ?
ଶୋଷିଲାକୁ ଦିଏ ପାଣି?
ବଢାଏ ନି କି ନିଜ ବେମାରି?
ମନ୍ତ୍ରୀ ଥାଏ କି ନ ଥାଏ
ଆମର କଣ ଯାଏ?
ଆମର ପୁଅ ଦାଦନ ଯାଏ,
ଆମର ଜମି ପଡିଆ ପଡେ,
ମା ଭାଷା ମରୁଥାଏ ଅବହେଳାରେ ।
This poem has not been translated into any other language yet.
I would like to translate this poem