ଆହା, ଭାଷା! Oh Language Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆହା, ଭାଷା! Oh Language

Rating: 5.0

1.ମୃତ୍ୟୁ


ଦେଉଛି ପରୀକ୍ଷା ପ୍ରତ୍ୟହ,
ଆମ୍ବୁଲାନ୍ସ ଆସୁଛି, ଆସୁଛି ବି
ସ୍ୱର୍ଗରଥ, ଯିବା ଯିବା ବୋଲି
ଯେତେ ଡାକରା ପଡିଲେ ବି
ସତ୍ୟ ହେଉ ନି ପ୍ରମାଣିତ।

ମୁଁ ଧୀରା? ଗାଉଛି ଗୀତ ମୀରା।
ମୋ ନିଜ ତିଆରି ଦୁଃଖରେ
ମୁଁ ନିଜେ ବନ୍ଧା।
ନିରାଶ କି ମୁଁ?
ମୋ ଆଶା, ମୋ ବିଶ୍ୱାସ,
ଯାଉ ନି ମୁଁ ଭ୍ରମରେ।

ଆଗପଛ ଅଛି ସବୁ ଠିକ୍,
ଘଟୁଛି ଯାହା, ଘଟିବାକୁ ଅଛି ଯାହା,
ସବୁଥିରେ ପୁଣି ପୁଣି ପରୀକ୍ଷା।


2.ବିସ୍ଫୋରଣ-ପରାଗ


ପୁଣି କବିତାକୁ ନେଇ,
ପୁଣି ଭାଷାକୁ ନେଇ।

ସମୁଦ୍ର ସମୁଦ୍ର ସବୁ ହେଲେ ଏକାଠି,
ଏକାଠି ବି ହେଲେ ପାହାଡ ପାହାଡ ସବୁ।

ବାପା ମାଆ ଭାଇ ବନ୍ଧୁ,
ସୂର୍ଯ୍ୟ ଚନ୍ଦ୍ର ରାହୁ କେତୁ,
ହେଲେ ମୁହାଁମୁହିଁ ମୂଷା ଗାତରେ
ଛଳରେ ପରିହାସରେ।

ମୁହୂର୍ତକୁ ମୁହୂର୍ତ
ବଦଳିଗଲେ ସଖା ସହୋଦର।
କହିଲେ ନି କେହି
ହେଉ, ବଂଚିବା ଏଥର।

ଜୀବନଯାକ ମୁହଁ ଲୁଚା ଦେଇଥିବା ଲୋକ,
ଉଠିଲା ବି ଆଉ କହିଲା କରିବ ସବୁ ସ୍ପଷ୍ଟ।

ଏ ଧୂଆଁ ପାଇଁ ଏତେ ନାଟ!
ଛାଡ ହୋ, ପକ୍ଷୀର ଅଣ୍ଡାକୁ
ଆମେ କଲୁଣି ଠାବ।

ରହି ଥ, ହଟୁ ଛାଇ,
ଦିଶିବ ନୂଆ ସୂର୍ଯ୍ୟର ମୁହଁ।


3.ଭାଷା


ଆହା, ଭାଷା!
ଗଲେ କେଉଁଆଡକୁ
ସେମାନେ ସବୁ?

ଅଛୁଁ ଆମେ ଏକାଠି
କେବଳ ତୁମ ପାଇଁ।

ତୁମକୁ ନେଇଁ ଅରମ୍ଭ ପୁଣି
ଘରପୋଡି!

ଡାକ କବିକୁ
ସଭିଙ୍କ ଆଗରେ କହୁ
ବନ୍ଧା ସେ କେତେଦୂର!

ପ୍ରତିଯୋଗିତାରେ
ନାହିଁ ଭାଷା।
କବି କେତେ ଖୁସି କୋଉଠି
ପାରିବ କି କହି?

4.ମୁଁ ମତେ ମୋଠୁ


ଉଠେଇ ଆଣି ପାରିବି
ମୁଁ ମତେ ମୋଠୁ?
ପାରିବି ଉଠାଇ ଆଣି? ?

ଏ ପ୍ରଶ୍ନର ଉତ୍ତର
ଅଛି କାହାଠି ବନ୍ଧୁ?

ଯାହାଠି ଅଛି ଗାଅ ଗୀତ,
ଯାହାଠି ନାହିଁ ବସ ସଙ୍ଗାତ।

କହିଦିଅ ଖୋଲା ଅଛି ମଂଚ,
କହିଦିଅ ଚାଲୁ ରଖ ପଙ୍ଖାପବନ।

ଆବଶ୍ୟକ ନାଇଁ କାହାକୁ କଣ ଶିଖେଇବା,
ଅକ୍ଷର ଶବ୍ଦ ସଙ୍ଗୀତରେ ରହିଛି ସବୁ,
ଆଉ ସବୁର ପ୍ରତିକାର ।

ବାଡବତା ନାଇଁ
ନା ପ୍ରଶଂସାର ନା ନିନ୍ଦାର।

POET'S NOTES ABOUT THE POEM
written in odia language, odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success