ଆରେ ବାୟା, Oh Men Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆରେ ବାୟା, Oh Men

Rating: 5.0

1.

ଆରେ ବାୟା,
କଣ ଲେଖୁଛୁ?
ଲେଖୁଛୁ କାହାପାଇଁ?
ଜାଣି ନୁ,
ସମସ୍ତେ ମରିଗଲେଣି!
ମରିବା, ମରାହେବା,
ଜିନ୍ଦା ରହିବା ଭିତରେ
କିଛି ଫରକ ନାଇଁ।
ଯାହାର ରକତ ନାଇଁ,
ଆପତ୍ତି ଅଭିଯୋଗ କରିବାକୁ
ଯାହାପାଖରେ ଶବ୍ଦ ନାଇଁ
କି ତାକତ ନାଇଁ,
କହିବା କେମିତି ସେ ବଂଚିଛି!

2.

ଆ ନା,
ଆ ନା ପାଖକୁ,
ଆସିଲେ ମାଗିବୁ।
ମାଗିଲେ ନାହିଁ କିଛି ଦେବାକୁ
ମୋଠି ଆଉ।

ଯା,
ଯା ଦୂରକୁ,
ଯେତେଦୂର ପାରୁଛୁ।
ଜାଣେ ଅଛି ପାଟି ତୋଠି,
ଯାହା ଆସୁଛି ମନକୁ କହି ଯା
ଭଲ ମନ୍ଦ ସବୁ ଅବଶ୍ଯ ମିଳିବ ଆଗକୁ।

ତୋର ତୁ
ତୋଠି ଥା,
କୋଉ ଜୀବନ୍ତ ଅଛୁ?

3.

ଆସ୍ଥାରେ ବିଶ୍ୱାସରେ
ରହି ହୁଏ ଏକତ୍ର।
ସନ୍ଦେହରେ କ୍ରୋଧରେ
ଫାଟି ଯାଏ ମାଟି
ଆଉ ଆକାଶ।
କ୍ଷମାରେ ମିଳିଥାଏ
ଶାନ୍ତି ଆଉ ସନ୍ତୋଷ।
ହିଂସାରେ ସମୁଦ୍ର
ହୋଇଯାଏ ପଥର।

4.

ଘର ଗଢା ହୁଏ
ପ୍ରେମରେ ଶ୍ରଦ୍ଧାରେ।
ହୁକୁମରେ ଘୃଣାରେ
ହୋଇ ପାରେ ନା
ଘରଟିଏ ଗଢି।
ଘର ବାହାରେ
ଜଗି ରଖି ହୁଏ ନା
ମଣିଷତ୍ୱ।
ଘରୁ ପଦାକୁ ଗଲେ
ସବୁ ସବୁ ଶେଷ।

Saturday, October 6, 2018
Topic(s) of this poem: poetry
POET'S NOTES ABOUT THE POEM
written in odia language, odia is the official language of Odisha India, It is about the relationships.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success