ହେ ଲୋକମାନେ,
ଜିଣ ଜଗତ,
ଜିଣ ଆନର
ମନ ହୃଦୟ,
ଜିଣ ଉପାୟ କରି।
ତୁମ ଫଳବପୁକୁ ଦେଖି
ଆଉ ସମସ୍ତେ
ଯାଉଛନ୍ତି, ଯିବେ ଆହୁରି ଡରି।
ହେ ଲୋକମାନେ,
ବଳରେ ଜିଣି ନ ପାରିଲେ
ଜିଣ ବୁଦ୍ଧିରେ,
ଜିଣ ତାହାକୁ
ଲୁଟ କରି ନେଉଛି ଯିଏ
ତୁମର ସବୁ ବଳେ।
ଆରେ ହେ ଲୋକମାନେ,
ରୁହ ସତର୍କ,
ଭଦରକରି ଦେଉଛନ୍ତି
ତୁମକୁ ସବୁ
ଆଉ ସକଳ ସମର୍ପିଦେଇ
ପାଂଚ ବର୍ଷରେ ଥରେ ଥରେ
ଡାକୁଛ ରଖ ହରି
ଆମେ ଏଠି ସବୁ ହରାଇ
ଯାଉଛୁଁ ମରି।
ଆରେ ହେ ଲୋକମାନେ,
ପଚାର କିଏ ତୁମେ ପ୍ରଥମେ!
କଣ ଥିଲା?
ଥାଇ ଥାଇ କେଉଁଆଡକୁ ଗଲା?
ତୁମର ପାଣି ପବନ
ମେଘ ବଜ୍ର ଘଡଘଡି
ସବୁଯାକ କେମିତି ଗଲା ଝଡି!
ହେ ଲୋକମାନେ,
କୋଉରୋଗ ତୁମକୁ
କଲା ଏମିତି!
ପରଆପଣା ପାରୁ ନ ଚିହ୍ନି,
ଆଉ କରୁଛ ଅନୀତି
ବିଭେଦର ମଂଜିପୁଣି,
ଅଲଗା ଅଲଗା କରୁଛ
ପୁତ୍ରପୁତ୍ରୀ ଭ୍ରାତାଭଗିନୀ।
ଜାଣେ,
ଶିରୀ ତୁଟିଛି ତୁମର,
ତନୁ ହୋଇଛି କ୍ଷୀଣ।
ବସିଲା ଜାଗାରୁ ଉଠି ପାରୁ ନ,
ପାଟିପଡିଛି ଶବଦ ଉଚ୍ଚାରି ପାରୁନ,
ଶୁଦ୍ଧଅଶୁଦ୍ଧ ଜାଣୁନ,
ଆତ୍ମଚିନ୍ତନ କରି ପାରୁନ,
ହେଉ ନି ଜାଣିବା ତୁମଦେଇ
ଭଲ କଣ ମନ୍ଦ କଣ।
ନ ଜାଣି ପାରି
ମରୁଛରେ ବାବା,
ପାଉଛ ପୀଡା,
ହେଉଛ ମଡା,
ବିଅର୍ଥେ ହେଉଛି ନଷ୍ଟ
ପୂରା ରାଇଜଟା।
କହିବାକୁ ହେବ
ଅବଳ ବି ସ୍ୱୟଂ ବିଧାତା।
ହେ ଲୋକମାନେ,
ଶୁଣ ମନଦେଇ,
କରିଛ ଯାହାକୁ ରାଜା,
ଓଟାରି ଖାଉଛି ସେ ହିଁ
ତୁମର ସବୁ ବଳ ବୟସ ହୃଦୟ,
ସକଳ ଅନୀତିର ଚେର
ରହିଛି ତାହାଠି,
ରାଜା ମନ୍ଦ କଲେ
ତୁମର ହେବ କି ରକ୍ଷା!
ହେ ଲୋକମାନେ,
ହୁଅ ସର୍ବେ ମେଳି,
ପକାଅ ବୋବାଳି,
ଦିଅ ଏକତାର
ହୁଳହୁଳି, କରତାଳି।
ଜାଣନ୍ତୁ ପୃଥିବୀବାସୀ,
ଏ ଲୋକମାନେ ଜଳନ୍ତାଅଗ୍ନି,
ଏ ଲୋକମାନେ ଶଶା ନୁହନ୍ତି,
ଏମାନେ ସତକୁ ସତ ସିଂହ।
ହେ ଲୋକମାନେ,
ବଦମାସୀ କରୁଥିବା
ଚାକର ନୌକର
ସେବାକାରୀଙ୍କୁ ଧର,
ଯୋଉ ପ୍ରତିନିଧି ତୁମର
ମିଳାଇଛନ୍ତି ହାତ,
ଅଲଗାଇ ରଖ,
ଏମିତି ଦଣ୍ଡ ଦିଅ
କୋଉଠି ବି ନ ରହୁ
ତାଙ୍କ ପାଇଁ ଠାବ।
ହେ ଲୋକମାନେ,
ମା ଖାଉଛି ଯାହାଠୁ ବିଧା,
କର ତାକୁ ସିଧା।
ମା ଭାଷା ଛଡାଇ
ଯିଏ କରାଉଛି ଲୋକହସା
ଦିଅ ଫସା।
ଯିଏ ଉଜାଡୁଛି ମାଟି,
ଦିଅ ସେଠି ପୋତି।
ହେ ଲୋକମାନେ,
ବିଶ୍ୱାସଘାତକ ଆଉ ଘାତକୀଙ୍କୁ
ପେଶ ଦୂରଦେଶ,
ଯେମିତି ଆଉ ପାରିବେ ନି ଫେରି।
ଆନ ରାଜା ବାଛରେ ଲୋକେ,
ବାଛ ଆନ ମନ୍ତ୍ରୀ,
କରିବ ଯିଏ ସବୁକାମ
ମା ମାଟି ଭାଷାକୁ ଜାଣି
ଆଉ ରଖିବ ଟେକ,
କାହାର ଆଉ କୋଉଠି
ଦୁଃଖ ରହିବ ନାହିଁ।
This poem has not been translated into any other language yet.
I would like to translate this poem