ରହିଛି ବ୍ୟାପି Omnipresent Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ରହିଛି ବ୍ୟାପି Omnipresent

ସତ୍ୟ ସନାତନ
ଗଜାନନ ମିଶ୍ର

ସତ୍ୟ ସନାତନକୁ
ପୋଡି ପାରିବ କି ବାବୁ?
କୋଉଠି ନାଇଁ ସେ!
ଏମିତି ବାତୁଳ
କଲା କିଏ ତୁମକୁ!

ତୁମ ଭିତରେ ତୁମ ବାହାରେ,
ମୋ ଭିତରେ ମୋ ବାହାରେ
କେବଳ ସେ, କେବଳ ସେ
ଦେଉଛି ଆଲୁଅ ଆମକୁ
ପ୍ରତିମୁହୂର୍ତ୍ତରେ ସବୁଠାରେ ।

ସେ ଇ ରହିଛି ବ୍ୟାପି
ନଖରୁ କେଶ,
ନାଇଁ ଆରମ୍ଭ
ନାଇଁ ଶେଷ।

ସେ ଇ
ସ୍ୱର୍ଗର ଦ୍ୱାର
ଆଉ ନର୍କର ବି।

ତା ଦେଇ
ଯିବାର ଅଛି
ବହୁତ ଦୂର ଭାଇ।
ସାହସ ହେଲା କେମିତି ତୁମର!
ରତିଟିଏ ବି ପୋଡିବ ନି।
ଏମିତି ପୋଡିବାର
ଅପଚେଷ୍ଟାରେ ତୁମେ ଖାଲି
ଡହକବିକଳ ହୋଇ ମରିବ
ସେଇଠି, ଅଛି ଯୋଉଠି ଖାଲି ଅନ୍ଧାର।

ଜଗେଇ ଚେତନା,
ଭରି ନୂତନ ଉନ୍ମାଦନା,
ପାରୁଛ ତ ଦିଅ ନବକଳେବର,
ସିଏ ତ ଅକ୍ଷୟ ଅକ୍ଷର।

ତପୋବନ, ଟିଟିଲାଗଡ, ବଲାଙ୍ଗିର
18/8/2019

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success