ଏକ,
ଏକରୁ
ନାହିଁ ଦୁଇ।
ଏକରେ ରହି,
ଏକକୁ ଯାଇ,
ଏକରେ ପାରି।
ଏକକୁ
ଏକରେ ମିଶାଇ
ଫେଡି, ହରି, ଗୁଣି
ସଦା ଏକ ଇ ପାଇ।
ଏକ ଯାଏ
ଏକ ଆସେ
ଏକ ଥାଏ
ଭିତରେ ବାହାରେ।
ଏକ ଜଳେ
ଏକ ପୋଡେ
ଏକ ଭାସେ
ଏକ ଉଡେ
ଏକର ବଳ
ଏକ ଆଶ୍ରେ କରେ।
ଏକ ଗମେ
ଏକ ଘୁମେ
ଏକରେ ଏକ ରମେ।
ଏକର ମାନେ
ଏକ ଭାବେ ମନେ।
ଏକର ଅନ୍ତ
ଏକର ଆଦି,
ଯାଏ ଏକରେ
ଏକ ଭେଦି।
ଏକ ଚୌହଦୀ।
This poem has not been translated into any other language yet.
I would like to translate this poem