କେବଳ ତୁମର
ଗଜାନନ ମିଶ୍ର
ମୁଁ କେବଳ ତୁମର
କୋଉଠୁ ଜାଣିଲ!
ଜାଣିଲା ପରେ
କଣ କଲ!
ଆଉ କଣ କଲ
କି
କେଉଁଆଡେ ଯଦି ଗଲ
ଜାଣିଥାଅ ମଲ।
କଲ କି ମଲ!
ଜାଣୁ କି ନ ଜାଣୁ କିଏ
ସୁରକ୍ଷିତ ଯଦି ପହଂଚିଗଲ
ଆଉ ନାଇଁ ଅନ୍ଧାର।
ତପୋବନ,ଟିଟିଲାଗଡ,ବଲାଙ୍ଗୀର
17/10/2020
This poem has not been translated into any other language yet.
I would like to translate this poem