ଆମର ମତି Our Mentallity Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆମର ମତି Our Mentallity

ଯୁଦ୍ଧରତ,
ଯୁଦ୍ଧରତ ଆମେ ଏଠି,
କାହା ସହିତ କେତେବେଳେ,
କିଏ କେମିତି ।
କଣ ପାଇଁ
କାହାକୁ ଜଣା ନାଇଁ।

ଯୁଦ୍ଧରେ କିଏ
କେତେ ମାତ୍ରାରେ
ସହୁଛି କ୍ଷତି
ଜାଣିବ କେମିତି,
ଉପାୟ ନାଇଁ।
ଉପାୟ ନାଇଁ
ଜାଣିବାର ବି
ଯୁଦ୍ଧରୁ କାହାର
କେଉଁଆଡେ ଗତି।

ଯୁଦ୍ଧ ହେଉ କି
ନ ହେଉ,
କହ କି ନ କହ,
ମାନିବ ନିଶ୍ଚୟ
ନୁହଁ ଶୁଦ୍ଧ ଆମର ମତି।

2.

ମୁଁ ଏବଂ ଆପଣମାନେ,
ଅଲଗା ନୁହେଁ ଆମେ।

ସ୍ୱୀକାର ନାହିଁ ଆମର
ଅଲଗା ଅଲଗା ଘରଘାଟ,
ସ୍ୱୀକାର ନାହିଁ ଭାବ ପ୍ରକୃତି,
ସ୍ୱୀକାର ନାହିଁ ଦ୍ୱନ୍ଦ୍ୱ ସମାସ।

ଆମେ ଏକ, ଏକରେ ବହୁ,
ବହୁରେ ଏକ, ପୂରା ଏକ।
ଏକରେ ଏକ ଦୁଇ ଏଠି ନୁହେଁ,
ଏକ ନୁହେଁ କେହି ସତ ନୁହେଁ।

ଗତି ନିୟତି ଜଣକର
ସବୁ ଆପଣାର ସବୁ ସବୁର।

Wednesday, March 28, 2018
Topic(s) of this poem: life
POET'S NOTES ABOUT THE POEM
Written in Odia language, Odia is the officiqal language of Odisha, India. This poem is about the mentality of human nature, and the struggle
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success