ଛିଲୋଲାଇ
ଗଜାନନ ମିଶ୍ର
ହଉ, ଖେଳ ସୁରୁ।
ଯିଏ ଯୁଆଡୁ ଆସିଥିଲା
ମନା ନାଇଁ, ସେଆଡେ ଯାଉ।
ହଉ, ଗାଁମଝାଖୁଲିରେ
ଯାହା ଦେଖିବା କଥା
ଦେଖାହେଉ।
ହୁଁଡାର କୁଲିହା
ରଡି ଶୁଭୁଥାଉ।
ହଉ, ଭାଗବତ ପଢା ହେଉ,
କହିଲା କଣ ନା
ଛେରାପହଁରା ଚାଲିଥିଲାବେଳେ
ଡିବିରିଟେ କି ଲାଲଟିନ୍ ଟେ ଜଳୁଥାଉ।
ହଜୁର, ମାଫ କରିବା ହେଉ,
ଆଗକୁ ନୁଆଖେଇ,
ଭେଟଘାଟ ହେବାର ଅଛି,
କଟିଂ ଦେଖା ଆଉ ନ ହଉ।
କହିଲା, ଉଡେଇ ଦେ ରେ,
ଦେ ଉଡେଇ ଧୁକା ଗରେଲ ସଁଗେ
ଖଜୁର ଖଛ ସବୁ ଆଉ
ହସୁଥିବା ତାଲବରଡା
ଦେ ଖସେଇ ଉପରୁ।
ଖାଇବା ପିଇବାକୁ ନେଇ
ଏତେ ଜୁଲୁମ!
ଗାଁଯାକ ଲୋକେ
ବସିଛନ୍ତି ଟାକି
ଛିନା ହେଲେ ଦେବେ ବତେଇ,
ଚେରେଗୁଡାର ଅଫେରା ସୁର୍।
ସାପ ବେଙ୍ଗ କିରହା ମକରା
ସବୁ ଏକାଠି, ଆଉ ଆମର
ଯାତ୍ରା ଦେଖା ଚାଲିଛି।
କହିଲାବେଳେ ଲାଗୁଛି ମଜା,
ସତ ହେଉଛି ଲିମଫୁଲ ଭଜା।
ଗାଁ ଖୁଲି ଛିନା ଏତେବେଳକୁ,
ତଥାପି, ବ୍ୟସ୍ତ ଯେ ଯାହାର
ଛିଲୋଲାଇରେ ଅଲେହେଁଟା ବାଟେ।
ମହୁଲ ଚାରସବୁ
ବେଟି ଆଣିଲାବେଳେ ଜଙ୍ଗଲରୁ
କହୁଥିଲା କି କିଏ କାହାକୁ କଣ!
ଥିଲା ଥିଲା ଆଉ ଯାଇ
ମିଶିଗଲା ପକ୍ଷଭୁକ୍ତ ହୋଇ
ସଜ ଦେଖି ଏଠାରୁ।
This poem has not been translated into any other language yet.
I would like to translate this poem