ଆମୋଦ ପ୍ରମୋଦ କ୍ଷେତ୍ର ନୁହଁ କବିତା।
କବିତା-ଶବ୍ଦର ହୁତୁହୁତୁ ନିଆଁ,
ଯାହା ଉପରେ ପ୍ରତିମୁହୂର୍ତ୍ତ କବି ଚାଲୁଥାଏ ଆଉ
ଜଳୁଥାଏ ନିଜ ପାଇଁ ନୁହଁ, ଅନ୍ୟ ପାଇଁ।
କବିତା-ମରୁଭୂମିର ତତଲା ବାଲି
ଯାହା ଉପରେ ଘର ତିଆରି ରହିଥାଏ କବି
ନୂଆ ସ୍ୱପ୍ନକୁ ସଜାଇବାକୁ ସଜାଗ ରହି।
କବିତା-ଗୋଟେ ଶୂନ୍ୟ ମାୟା ପଞୁରୀ
ଯାହା ଭିତରୁ କବି ଦେଖୁଥାଏ ସଚରାଚର
ଜଗତର ସଭିଙ୍କୁ ଆଉ ପରସୁ ଥାଏ
ଅମୃତ ପ୍ରତିମୁହୂର୍ତ୍ତ।
This poem has not been translated into any other language yet.
I would like to translate this poem