ପୁତନା
ଗଜାନନ ମିଶ୍ର
ସୁଁଦରି ହେଲେ କାଁ ହେବା,
ଭିତରେ ବିଷ୍ ଭରି ରହିଛେ।
ନିର୍ଦୋଷ୍ ଛୁଆକେ ମାରମି ବଲି
ହାବସି କେଚଡେଇ ଧେଇଁ ଜଉଛେ।
କଂସର ଆଦେଶ ପାଇଛେ!
ନିର୍ଦୋଷ୍ ଉପରେ ଦୋଷ
ବଲାଜୁବରି ଲଦଲେ, ନେଇଁହେଲା
ନିନ୍ଦାବଦନାମ ଦେଲେ, ଅସହନିହେଇ
ମାରମି ବଏଲେ, ଧଡଧାଡ୍ ପଡବାରଟା
ସମିଆ ଲେଖିସାରିଛେ।
କହେଲେ କି ନେଇଁ ସଭେ
ସଲା ଅସୁରେନ୍ କେତେ ଗୁପତ
ନେଇଁ ଜାନିଥିଲା ହୋ!
ଭିତରେ ଭିତରେ ଶୁଷୁଥିଲା,
ଧଡାସ୍ କିନା ଖୁଲୁନଖୁଲା ପଡଲା
ଦେଖଲେ କି ନେଇଁ ସଭେ।
ମାଏଝିଟେରେ ବଲି ମାଫି ମିଲଲା କେଁ?
ସମିଆ ବଡା ନିଠୁର ଆଏ!
ମାଏଝି ହଉ କି ମୁନୁସ୍,
ପିଲା ହଉ କି ବୁଢା,
ଦିଲ୍ଲୀରୁ ଗାଁର ଗଲିଯାକେ,
ଯେତେ ବିଛାଲେ ମିଛମାୟା,
ଯେତେ କଲେ ହୁଡାକୁଦା
ଦିନସାରା ରାଏତସାରା,
ସତ୍ ଟା ସାତହାତ କାଦୋ ଭିତରୁ
ଫୁଟି ଉଠବା, ଆରୁ ହେ
ଆତତାୟୀବାଗିର କବାରର
ଖେମା ନେଇଁ ନ ବୁଆ!
17/8/2018
ସର୍ବସ୍ୱତ୍ତ୍ୱ: ଗଜାନନ ମିଶ୍ର
ଟିଟିଲାଗଡ, ବଲାଙ୍ଗିର
This poem has not been translated into any other language yet.
I would like to translate this poem