ଆଉ ଆଉ କଥା ସବୁ
ରହିଛି ସେତିକିରେ ସେଇଠି ।
ସେ ଯାଏ ଅଛି ମୁଁ,
ସେ ଯାଏ ଅଛ ତୁମେ ।
ପବନ ପାଣି ଆଲୁଅ
ମାଟି ଆଉ ଆକାଶ
ଆଉ ଆଉ ସବୁ କଥା
ରହିଛି ପାଖରେ ଆମର ।
ଆମେ ସବୁ ଯିଏ
ଆମରି ପାଖରେ ସବୁ ସମୟ
ଉଖାରିନିଖାରି ଅଛି ଦେଖିବାର ।
ଆମେ ସବୁ ଯିଏ
ଯାଉଛୁଁ ଛୁଟି ଆଗକୁ
ସବୁ ସୁଯୋଗ କରି ଉପଭୋଗ ।
This poem has not been translated into any other language yet.
I would like to translate this poem