ଭଲ ଯୋଉଟା,
ସବୁବେଳେ ସମସ୍ତଙ୍କ ପାଇଁ
ଭଲ, ସେମିତି କିଏ କହୁଛି?
ପଟା ପାଉତି ଧରି କେହି ନା କେହି,
କୋଉଠି ନା କୋଉଠି ଘୋଷଣା କରେ
ରାଜାଧିରାଜ କିଏ?
2.
ନିଆଁ ନିଆଁ ଭୟଙ୍କର
ଏ ଜଙ୍ଗଲର ନିଆଁ,
ଜଙ୍ଗଲ ଜଙ୍ଗଲ ଘୂରାଫେରା
ଦିନସାରା ରାତିସାରା,
ହାହାକାର ଜୀବନ,
ନା ପୂର୍ଣ ନା ଶୂନ୍ଯ,
ମଝିରେ ନାଁ ଗାଁ
ପରିଚୟରେ ପ୍ରଶ୍ନ।
This poem has not been translated into any other language yet.
I would like to translate this poem