ବାସ୍ତବତା Reality Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବାସ୍ତବତା Reality

Rating: 5.0

ଲଗାମ
ଗଜାନନ ମିଶ୍ର

ଦେ ଦେ ଲଗାମ ଦେ,
ଲଗାମ ଦେ ଭାଷାକୁ ପହିଲେ।

ଦେ ଦେ ଲଗାମ ଦେ,
ଆଶାକୁ, ବିଶ୍ୱାସକୁ।
ଲଗାମ ଦେ ଭାବନାକୁ,
ଲଗାମ ଦେ ଆଉ ଯା
ଶୋଇ ପଡ ଟିକିଏ,
ଦରକାର ନିଦରେ
ବିପି ସୁଗରଠୁ
ରକ୍ଷା ପାଇବାକୁ ହେଲେ।

ଦୂରେଇ ଯା,
ସନ୍ଦେହ କର ନା ସମୟକୁ।
ପାଖେଇ ଯା
ଧରିବୁ ଯଦି ଆକାଶକୁ।
ଯା ଯା, ପାଖରୁ ମୋର,
ହୃଦୟର ଗୀତ ଗାଇଲାବେଳେ ମୁଁ।
ଜାଣେ ନା ମୁଁ
ଚାହେଁ ନା ବି ଜାଣିବାକୁ
କିଏ ତୁ।
ତୋ ସହ ସଂପର୍କର ସୂତ୍ର
କୋଉଠି କଣ ପାଇଁ
କହି ନି ବି ଫୁଲଚାରା।
ଯା ଯା ଦୂର୍ ଯା।

ମୋ ଧୂଳି ମାଟି ମୋର,
ମୋ ଶୂନ୍ଯ ସ୍ଥିତି ମୋର,
ମୋ ନିଦ, ସ୍ୱପ୍ନ ମୋର।
ଈଗଲ ହୋଇ ଆସିଲେ ବି
ଆଲିଙ୍ଗନ ମୋର ଥୁଆ।
ଦୂର ହ, ଯା।
ନା କେବେ ମୋର ପାଦ ଥିଲୁ
ନା କେବେ ହେବୁ, ଜଣା।
ମୁଁ ମୋର ପ୍ରତିଷ୍ଠିତ ମୋଠି,
ପ୍ରଶ୍ନ ନାଇଁ ଆମେ
କେବେ ହେବା ଏକାଠି।

ଦୂର ହ ଯା,
ଶୋଇଛୁ ଯଦି ଶୋଇ ଥା।
ରାତି ଆଉ ଦିନ ଭିତରର ଫରକ
ଶୋଉଥିବା ଲୋକ ଜାଣି ପାରେ ନା।
ଯା, ଥା,
ଯୋଉଠି ଅଛୁ ସେଇଠି ଥା।
କହ ନା ନାଚିବାକୁ,
ଏତିକିରେ ଯେତେ
କରିଛୁ ରକ୍ତାକ୍ତ
କହିବାକୁ ଭାଷା ନିଅଣ୍ଟ।
ଥା, ତୋର ପ୍ରେମଠି ତୁ,
ଥା, ତୋର ଈର୍ଷାଠି ତୁ।
ବାସ୍ତବତା ଘୂରି ବୁଲୁଛି କିନ୍ତୁ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
17/5/2019

Friday, May 17, 2019
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success