ମୁଇଁ ଅଛେଁ
ଗଜାନନ ମିଶ୍ର
ଅଛେଁ,
ଅଛେଁ ମୁଇଁ।
ଅଛେଁ
ତମରଠାନେ।
ତମେ କେନ
ପଚର,
ପଚର ନେଇଁ
ମକେ, ପଚର
ତମର ନିଜକେ।
ତମେ କେନ
ପାରସିଁ ଜାନି,
ଜାନବାରଟା ଆରୁ
ଟୁଁଡଫୁଟେଇ
ବକ୍ତିବାରଟା
ବଡାକାଡା।
ବଡାକାଡା
ରହେବାରଟା
ସବୁ ସହିରହି
ଇ ଠାନେ।
ଇ ଠାନେ
ଅଛେ ସବୁ ଅମରୁତ।
ମୁଇଁ ଅଛେଁ
ଆରୁ ଅଛ ତମେ
ଅଛେ ଜୀବନ।
ଆରୁ କାଣା
ଦରକାର ଭାଏଲ?
ତପୋବନ, ଟିଟିଲାଗଡ, ବଲାଙ୍ଗିର
30/8/2019
This poem has not been translated into any other language yet.
I would like to translate this poem