ଥିଲା ନଈ ନାଇଁ
ଥିଲା ପାଣି ନାଇଁ।
ଅଛି ଅଛି କହୁ କହୁ
ଆଉ କିଛି ନାଇଁ ନାଇଁ।
ମୁଁ କୋଉ ଜ୍ଞାନୀ?
ମରୁଛି ଲହଡାଘାତରେ
ନିରନ୍ତର ଏଠାରେ
ଥାଉ ଥାଉ ପବନ ଅଗ୍ନି।
ସତକୁ ସତ ଅଛି କି
ନ ଅଛି ମୋ ପାଦପାଣି
ମତେ ଜଣା ନାଇଁ।
ଝରୁଛି କି ମଧୁ?
ଅଛି କି କିଏ ସୁଜ୍ଞ ସାଧୁ?
କହିବ ଥାଉ ଖୋଜିଲାବେଳେ
ଆଉ କଣ କଣ ନ ଥିଲାବେଳେ
ମୋ ଗେହ୍ଲେଇ ବୋହୂ ।
ଲିଭୁଛି କି ଜଳୁଛି
ନ ପଡିଲାବେଳେ ଜଣା
ଯାଉଛି କି ଆଉଛି
ନ ଥିଲାବେଳେ ସୀମା
କହୁଛି ହଜିବାର ନାଇଁ କିଛି,
ଥିଲା ନ ଥିଲା ସବୁଅଛି
କେମିତି କଣ ଖାଲି ନିଅ ବାଛି।
ଆଉ ନେଲାବେଳେ
ଦିଅ ସବୁକିଛି ମୂର୍ଛି।
This poem has not been translated into any other language yet.
I would like to translate this poem
life is nothingness, just enjoy