ଶାହିନ ବାଗ
ଗଜାନନ ମିଶ୍ର
କୋଉଠି?
କିଏ ଯାଏ ସେଠିକି?
କଣ ହେଉଛି ସେଠି?
ଶାହିନ ବାଗ!
ଶାହିନ ବାଗ!
ଗୋ ବେକ୍
ଗୋ ବେକ୍ ନାରା! !
କଣ ବୁଝିଛି କିଏ!
ତୁଚ୍ଛା କୋକୁଆ!
ଅଛି କିଏ
ଏ ସବୁର ପଛରେ?
ବିନା ହାୱାରେ
ଉଡୁଛି ଆକାଶ!
କାହିଁ?
ପଚାରିଲାବେଳକୁ
ଆକାଶ ଇ ନାଇଁ।
ତୁଚ୍ଛାକୁ ଏତେ
ଗୋଡେ ନାଇଁ ମୁଦି
କଚାଡୁ କେତେ!
ଆରେ ହେ
ଶାହିନବାଗ ଲୋକେ
ତୁମର ଇ ସବୁ ଏଠାରେ!
ତମ ପାଇଁ ଇ
ଆମେ ତୁମ ଜାଗାରେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/01/2020
This poem has not been translated into any other language yet.
I would like to translate this poem