ଗଜାବଏସିଏ, ଭେଁଡା ବଏସିଏ,
ସବୁ ସାରଲ ମୋରଟା,
ଭୁକେ ମାରଲ, ଶୁଷେ ମାରଲ,
କେନ୍ତା ଅଛୁ ନି ପଚରାଲ,
ମୋରଟା ଖାଏଲ ମୋରଟା ପି ଲ,
ମତେ ହାବସିଲ, ଘରଦୁଆର ଉଜଡାଲ,
ମତେ ମୋର ଘରୁ ଗହଡିଲ,
ଗାଡସୁଏ, ଜୁଡାମଡା ବାହାରବା ଘରୁ
ରହି ଥ ରେ ଦେଖବ ମରବ,
ରଇଖିଏ, ଖସର ଖଟ ସେଆଡକେ,
ପୁଓଖିଏ ଝି ଖିଏ
ମୋର ଆଖିରଖୁଟା ତୁଁଡର ବଏରି
ମରବ ନ ହେନ୍ତାକରି,
ଭାଗ, ନିକ୍ ଲ, ମତେ ମୋର ନେ ଛାଡ,
ଜିମି ମୁଇଁ, ରହେମି
ମୋର ଠାନବସା ମାଡି,
ମୋର ମୁଇଁ କରମି ଜେନଟା
ଜେନତା ପାରମି,
କାଏଁ ଜଉଛେ ତୁମର କାଣା
ବରମସିଏ, ମୋର ମୁଇଁ ଉଠମି,
ମୋର କାମକବାର ମୁଇଁ କରମି,
ଚକାଜନ୍ ଦେଖମି, ଉଜାଲା କରମି
ମୋର ଘର୍ ଦୁଆରୁ ସବୁଠାନ୍,
ରଡି ଚିଲ୍ଲେଇ କହେମି
ଅଛେଁରେ ମୁଇଁ ଇନ ଅଛେଁ,
ଆରୁ ହେମାନେ ଘିଚି ଉଲଚି
ଲିହିବିହି କରୁଛନ୍ ମକେ,
ଦେଖି ଆସ ହୋ ଗାଁର ଲୁକେ
ମତେ କେନ୍ତା ଜବରଦସ୍ତି
କେଁ କେଁଟା କରୁଛନ୍,
ଏ ପୁରଥିର ଲୁକେ ସାଖି ଥ,
ଏ ଧରମ ଦେବତା ଇମାନକେ
ଶାସ୍ତି ଦିଅ, ଇ ମାନକର କବଜାରୁ
ମତେ ଉଦ୍ଧାର କର,
ସତଧର୍ମର ଲୋକ୍ ମୁଇଁ
ଇନ ଇମାନକର ଅଧର୍ମର ଡଙ୍ଗାକେ
ବୁଡେଇମାର, ବୁଡେଇମାର।
This poem has not been translated into any other language yet.
I would like to translate this poem