ଖୋଜି ହେଉଛି Searching Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଖୋଜି ହେଉଛି Searching

Rating: 5.0

ମତେ ମୁଁ
ଗଜାନନ ମିଶ୍ର

ମୁଁ ଆଉ
ମୁଁ ହୋଇ ନାଇଁ।
ଯଦି ନାଇଁ
କିଏ ହୋଇ ଅଛି?
ସେ ସବୁ ବି
ଅଜଣା ମତେ।
ମୁଁ ତ ଜାଣି ନି ମତେ,
ଆଉ କାହାକୁ
କେମିତି ଜାଣନ୍ତି!

ଜଣାଅଜଣା ଭିତରେ
ମୁଁ ଯାଇଛି ହଜି।
ହଜିଛି କୋଉଠି?
କହିବ କିଏ କେମିତି!
ଜଣେ ଦିଜଣ
ଟାଉଟର ଅସହିଷ୍ଣୁ
ଆସୁଛନ୍ତି ଆଗେଇ
କହିବାକୁ କେତେକଣ।
ସେସବୁ ଭିତରେ
ଜମାରୁ ନାଇଁ ମୁଁ
ଜାଣି ବି।

କହୁଛନ୍ତି ଏତିକିବେଳେ
ଯାହାସବୁ, ମୁଁ ବି
ପାଇ ପାରୁ ନି ହିସାବ।
ବଦଳାଇବାକୁ ନିଜକୁ
ଫୁରସତ ବି ନାଇଁ।
ଆଉ ମୁଁ କହି ରଖୁଛି
ଆରେ ହେଃ,
ଏତେସେତେ ଅଭ୍ୟାସ
କଣ ବେକାର ସବୁ!
କେଜାଣି ହେବ କଣ
ଆଗକୁ ଆଉ ମୁଁ
ପରଖୁ ପରଖୁ କିଏ କଣ
ଭେଟୁଛି ବେଳବୁଡା ସମୟକୁ।

ପାଖେଇ ଯାଉ ଯାଉ
ଖୁବ ଦୂରରେ,
ଆଉ ଦୂରଉ ଦୂରଉ
ପତ୍ତାସତ୍ତା ଯାଉଛି
ସବୁ ପାଖରୁ।
ମୋର କିଛି ଆଉ ଅଛି
ହେଉ ନି ଭାବି।
ଆଉଚୁମ୍ୱକରେ କହିଲେ
ନିଅଣ୍ଟ ଶବ୍ଦ।
ମୁଁ ମୋର ପୁଣି
ଖୋଜି ହେଉଛି କଣ,
ଅଜଣା ମତେ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
14/6/2019

Friday, June 14, 2019
Topic(s) of this poem: life
POET'S NOTES ABOUT THE POEM
Language - odia, script - brahmi
COMMENTS OF THE POEM
Gajanan Mishra 14 June 2019

Searching the self, good time

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success