ଆଲୁଅ ଦେଖିଛି Seen The Light Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଲୁଅ ଦେଖିଛି Seen The Light

Rating: 5.0

ଆଲୁଅ ଦେଖିଛି,
ଆଉ ଦେଖିଛି ଅନ୍ଧାର।
ଜୀବନ ଦେଖିଛି,
ଆଉ ଦେଖିଛି ମୁର୍ଦାର।

ସମୟକୁ କହିଛି,
ଚିହ୍ନିଛି ସର୍ଦାର।
ଆକାଶକୁ କହିଛି,
ଆସିବୁ? ଖବରର୍ଦାର।

ମୋ ଆଖି ମୋ ପାଟି
ତୋରରେ ମାଟି।
ଚାଖିଛି ସବୁ ସ୍ୱାଦ
ଆଲୁଅ ଅନ୍ଧାର ଫେଣ୍ଟି।

ସତ ଦେଇଛି ଦେଖା,
ପ୍ରେମ ସହ ହେଇଛି ଭେଟା।
ରହିଛି ଶାନ୍ତିରେ
ମିଛକୁ କହି ଟା ଟା ।

2.

ମୁଁ ବି ଦେଖିଛି କାଳୀ
ଅର୍ଥହୀନ ଯୁକ୍ତିତର୍କ
ବାର୍ତାଳାପ ଶୁଣିଛି ବି,
ରହିଛି ଅନିଦ୍ରା ରାତି ରାତି,
ଲଜ୍ଜାହୀନ ସମୟ ବି
ପଡିଛି ଭୁଷୁଡି।

ଜବରଦସ୍ତି ଆସି
କରିଛି ରକ୍ତାକ୍ତ ମତେ,
ମା ଡାକ ହୋଇଛି ଗୌଣ।
ସମଗ୍ର ତପସ୍ୟାକୁ ମୋର
କରୁଥିଲା ବେକାର।
ବାହାରକରି ଆଲୁଅ ମୋ ଭିତରୁ
କଲି ପ୍ରତିହତ ଆଉ କାଳୀ
ହେଲା ଇତଃସ୍ତତଃ।

ମୁଁ ମୋର ଚଢିଲି ପାହାଚ
ଆଡେଇଦେଇ ସବୁ ଝାମେଲାକୁ,
ଆଉ ରହିଲି ସ୍ଥିର ମୋରି ପଥରେ।
ସୂର୍ଯ୍ୟ ଉଇଁଲାପୁଣି ମୋରି ଅଗଣାରେ,
ଯେତେ ସବୁ ମଇଳା ଆବର୍ଜନା
ହେଲା ଫିଙ୍ଗା ବାଡିପଟେ,
ଦିଆଗଲା ପୋତି ମାଟିରେ।

ଏଥର କହିଲା କାଳୀ
ଦେବୁକି ଆଦେଶ ଦେ
କରିଦେବି ଯାହାଯେତେ।
ଭାଗ୍ ସେଆଡେ, କହିଲି ମୁଁ,
ନିର୍ଲଜୀ ରହିଲା ଯାଇ
ଜରଦଗବ ଗୁଂଫାରେ ବେସାହାରା
ନିଜ ନଷ୍ଟ ନିଜେ ବ୍ୟସ୍ତ ଦେଖିବାରେ।

Monday, June 4, 2018
Topic(s) of this poem: dark,light
POET'S NOTES ABOUT THE POEM
Written in Odia language. Odia is the official language of Odisha, India. It is all about the light and the darkness of life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success