ମଣିଷ-ପଥର
ଗଜାନନ ମିଶ୍ର
କାଟୁ କାଟୁ ଧାନ
ଯାଉଛି କଟି ହାତ।
କହିଲା, ଉଠାରେ
ଫଟୋ ଉଠା।
ଫଟୋ ଉଠାଇ
ଲାଭ କଣ?
ସିଧାସଳଖକୁ କହିଲା
ହେଲା ନି କିଛି
ଏ ସନ।
ଦକ୍ଷିଣ-ପଶ୍ଚିମରେ
ପାହାଡ।
ମଣିଷ-ପଥର।
ପାହାଡ ସେପଟେ
ନଈବନ୍ଧ ।
ପକାରେ ଜାଲ,
ମାଛ ଖଳ ଖଳ।
ଆରେ,
ଦେଖେ ପୂର୍ବ,
ଲମ୍ୱିଛି ରାଜପଥ।
ଅଛରେ ଅଛ
ତୁମେ ସମସ୍ତେ
ସହରଠୁ
କେତେ ନା କେତେ
ଉଚ୍ଚରେ।
ଏଇଠି
ହରେକ କିସମର ଗଛ।
ବାଛରେ ବାଛ,
ମଣିଷ ଭିତରୁ
ମଣିଷକୁ ବାଛ।
ଅବଶ୍ୟ
କେହି ନୁହଁ ତୁଚ୍ଛ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
15/7/2019
This poem has not been translated into any other language yet.
I would like to translate this poem