ଗୋଚରେ ନେଇଁ
ଗଜାନନ ମିଶ୍ର
ପୋକଜୋକ ଚାଁଟିମକରା
ଏତକିଟେ ଇନ,
ସଲା, କଲବଲ କରି ମାରୁଛନ।
କେନକେ ଜିବ
କେନ୍ତା ରହେବ
ନେଇଁ କହ ନ!
ସମିଆକେ
ସର ସର ବଏଲେ ଭି
କେଁ ସରୁଛେ ଜଲଦି!
ନେଇଁ କହ ନ
ଏତକି ଉଦୁରମାତ୍
ଇ ସମିଆ!
ଢିପୋଟେ ବଲିକରି
ଚଢିଜିମି ବଏଲାବେଲକେ
ସଲା, ଗଖା ଦାଦର
କୁହାଁ କାଦୋ ପଚ ପଚ
କିଟକିଟ ଅଧାଁର
ଭିତର ବାହାର।
କାଁ ହେବା ଆଗକେ
ନେଇଁ ପଚର ନ।
ଦିନୁଦିନକେ ଏକଲା
ଜଉଛେଁ ପଡି
ପବନ ପାଏନ ଭି
ଜଉଛେ ଛାଡି ଛାଡି।
ଇଟା କେନ ଜାଗା କି?
ହେଟା ଭି
କାହାରିର ଗୋଚରେ ନେଇଁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
5/4/2019
This poem has not been translated into any other language yet.
I would like to translate this poem