1.
କେତୋଟି ଧାଡି
କେତୋଟି ଆଡି
କେତୋଟି ବାଡି
ରଖିଛି ଭିଡି, ଆଉ ମୋର
ହେଉଛି ଚଢା ଶିଢି ।
2.
ଏ ଶବ୍ଦ ବସାଣ, କବିତା ଲିଖନ,
ଭାବ ଭସାଣ ସେତିକିରେ ଥାଉ ହେ,
ଆଉ ପଡ ନା ସେ ସବୁ ମାୟାରେ ।
ଥଳକୂଳ ନାହିଁ କିଛି କେଉଁଠି କାହାରି ।
3.
ଯାଏ ଯେତେବେଳେ ସାଇକେଲରେ
ଦି ହାତ ଉପରକୁ ଟେକିଦେଇ
ଉଠାଣିରୁ ଗଡାଣିଦେଇ, ତାକୁ ଲାଗେ
କି ରୋମାଂଚ ଉଡାଜାହାଜ ଭଳି ।
ଆଇସା ଟି!
4.
ବିଛା ସାପ
ବିଛା ସାପ,
କୋଇଲି ଶାରୀ
କୋଇଲି ଶାରୀ ।
ଯେ ଯୋଉଠି
ଯେ ଯେମିତି ।
କେହି କାହାକୁ ଖସରେଇ
ନିଜେ ପାରନ୍ତି ନି ରହି ।
ଯାହା ପାଇଁ ଯେମିତି
ସ୍ଥିର କରେ ବିହି ।
5.
କହିବାର ଅଛି ଯେତେ ସବୁ କହି ନ ପାରିଲେ,
କହିବ ଗଲା ସବୁ କିଛି ।
କହିକରି ଅବା କଣଟେ ତାଡି ପକାଇଥାନ୍ତି ଯେ!
କିନ୍ତୁ ପଡିବ କହିବାକୁ, ନିଶ୍ଚିତ ।
6.
ମତିଗତି ଏୟା।,
ଆପଣା ହାତେ
ଆପଣା ଜିଭ ଓପାଡି ପକା,
ମା ଭାଷାକୁ ନ କହି
ଅନ୍ୟ ଭାଷାରେ ପାରୁଛୁ ଡକା ।
7.
ଭଲ ହେଉ କି ହେଉ ମନ୍ଦ
ତୁମର ପ୍ରମାଣ ପତ୍ର ଦରକାର ନାଇଁ ମୋର ।
ମୋର ସବୁ କିଛି ଖାଇ ପିଇ ହେଉଛ ପୁଷ୍ଟ
ଆଉ ମୋ ଉପରେ କରୁଛ ହାକିମାତି, ଅସହ୍ୟ
8.
ଏ ମୋର ଧନମାଳୀ, ମୋର ବନମାଳୀ,
ତୋରି ପାଇଁ ମୋର ଏଠି ପଶୁବଳୀ।
ଦେ ରେ ଗାଳି, ସେ ସବୁ ମୋ ପାଇଁ
ରସଗୋଲା ଦୁଧ କଦଳୀ ।
This poem has not been translated into any other language yet.
I would like to translate this poem
life is the relfections of some moments, let us catch some of these reflections through poems