1
ଆକାଶଭର୍ତି ମେଘ
ଗଛଲତା ଚୁପେଚୁପ୍।
ଟିହାଟା ଖାଲି
କାଟୁଛି ଚକ୍କର ।
କଣ ଚାହୁଁଛି କିଏ
ଜାଣିବା ମୁସ୍କିଲ ଏଠାରେ।
ସମସ୍ତେ ତଥାପି ଏଠି
ହୋଇଛନ୍ତି ଜମା
ଦେଖିବାର ଅଛି ଯୋଉଟା।
ତପୋବନରେ ବସି ବସି
ସସାଗରାଧରା ସରି ଯାଉଛି ବୁଲା।
ବିଗୁଲ ଆସୁଛି ସ୍ପଷ୍ଟ
ସୁରଟ ଏକ୍ସପ୍ରେସର।
ଫେରୁଛି କିଏ ଦାଦନରୁ?
2
ଶନିବାର ଆଜି
କିଏ କହିଲା ତୁମକୁ!
ତୁମେ ନିଜେ କିଏ
ପହିଲେ ପଚାରିଛ କାହାକୁ!
ଜାତୀୟ ରାଜପଥରେ
ଲେଖାଥିବା ଗାଁ ଛକ
ଚିହ୍ନ ସବୁ
କଣ ଭାବୁଛ ସତ!
ଯୋଉଟା ନୁହଁ ସତ
ଧରିଛ ଜାବୋଡି
ଆଉ ସତକୁ
ଯାଉଛ ଛାଡି।
ଅନେଇ ରହ ଆଗକୁ କଣ
ଆସୁଛି ମାଡି।
This poem has not been translated into any other language yet.
I would like to translate this poem