ନିଜ ମାୟାରେ
ଗଜାନନ ମିଶ୍ର
ନିଜ ମାୟାରେ ନିଜେ
ଛନ୍ଦି ହେବା ଇ ଜୀବନ ।
ଅନ୍ୟ କାହାକୁ କୋଉଥିପାଇଁ
ଦୋଷ ଦେଇ ଲାଭ ନାଇଁରେ ମନ।
ବିଶ୍ବାସରେ ବିଷ ଭରିଲେ ଇ
ହୋଇଯାଏ ଅଧୋଗତି।
ଆଖିଥାଇ ଅନ୍ଧପୁଟୁଳି ବାନ୍ଧିବା
ସମୟର କରାମତି।
ହଁ ଯେ,
ସମର୍ପଣ ହିଁ
ଫିଟାଏ ବାଟ।
ଦୂରରୁ ଦୂରକୁ ଯାଇ
ପାଖରେ ପାରିଲେ ରହି
ଲାଗେନା ଚୋଟ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
27/7/2019
This poem has not been translated into any other language yet.
I would like to translate this poem