ଟିକି ଚ଼ଢ଼େଇ Poem by Susanta Pattnayak

ଟିକି ଚ଼ଢ଼େଇ

ଘାସର ଚାଲିଚା ଉପରେ
ସକାଳ ତାର ପଙ୍ଖ ମେଲାଇ ବସିଛି,
ଶିଶିର ଟୋପାଗୁଡ଼ିକ
ସୁନେଲି କିରଣରେ ଦୋଳି ଖେଳୁଛନ୍ତି।
ଛୋଟ ପକ୍ଷୀ ଶାବକଟିଏ
କୁନି କୁନି ପାଦରେ
ନିର୍ଭୟରେ ଡେଇଁ ଡେଇଁ ଚାଲିଛି—
ପାଖରେ ତାର ମା'।

ବିଶାଳ ପୃଥିବୀରେ
ତା'ର ତ ଛୋଟ ଦୁନିଆଟିଏ
କୁନି କୁନି ଡେଣା ଦୁଇଟି
ଏବଂ ଆଗରେ ବାଟ କଢ଼େଇ ନେଉଥିବା
ଛାଇଟିଏ, ତା ମା'ର ।

ଛୋଟ ଥଣ୍ଟଟିରେ
ସେ ଚୂନା ଚୂନା ସୂର୍ଯ୍ୟ କିରଣକୁ
ଧରିବାକୁ ଚେଷ୍ଟା କରୁଛି ।
ପବନରେ ଏକଡ଼ ସେକଡ଼ ହେଉଥିବା
ପତ୍ରଟିକୁ ଧରିବାକୁ ଦୌଡୁଛି ।
ପ୍ରତିଟି ପଦକ୍ଷେପ ତାର ଅନିଶ୍ଚିତ,
ପ୍ରତିଟି ଲମ୍ପ୍ଥ ଗୋଟିଏ ଗୋଟିଏ
ଅସମାହିତ କୌତୁହଳ ।

ପାଖରେ ମା'ର ସତର୍କ ଦୃଷ୍ଟି,
ଆକାଶ ଭଳି ସୁଦୂର ପ୍ରସାରୀ ।
ଆଖପାଖ ର ପରିଧି ଭିତରେ
ନିରବରେ ଘୁରି ଆସୁଛି।

ଏହି ଛୋଟ ଛୋଟ ଲମ୍ପ୍ଥ ସାହାଯ୍ୟରେ—
ଭବିଷ୍ୟତ ତାର ଉଡ଼ିବା ଶିଖୁଛି।

©️ ସୁଶାନ୍ତ ପଟ୍ଟନାୟକ

POET'S NOTES ABOUT THE POEM
The little bird subtly represents growth, learning, and maternal guidance.
COMMENTS OF THE POEM
READ THIS POEM IN OTHER LANGUAGES
Susanta Pattnayak

Susanta Pattnayak

Bhubaneswar, India
Close
Error Success