ତହସିଲଦାର Tahasildar Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ତହସିଲଦାର Tahasildar

ତହସିଲଦାର
ଗଜାନନ ମିଶ୍ର

ତହସିଲଦାର?
ଜଣା ଅଛି କି
କାହାକୁ ୟାର
ପ୍ରକୃତ ଅର୍ଥ?
ୟାକୁ ନେଇ
କିଆଁ ଏତେ ବାଲି
ଗୋଡି ମାଟି
ପଥର ବ୍ୟବସାୟ?
ନା ୟାଠୁ ଆରମ୍ଭ
ସରକାରଙ୍କ ସବୁ ଆୟ?
ସରକାର କିଏ?
କୋଉଠି ଆଉ କଣ ପାଇଁ?
ଦିନ ନାଇଁ ରାତି ନାଇଁ
ମେହେନତି ମଣିଷ ମୁଁ
ଖଟି ଖଟି ହାଲିଆ।
ଶ୍ରମିକ, ମୂଲ ଯାହାର
ଦୁଇଶହରୁ ତିନିଶହ ମାତ୍ର,
ତଳେ ଖରା, ଉପରେ ତାରା।
ମୋରି ଡିହ ଘର ସବୁର
ଡିଫେକ୍ଟ ଦେଖିବାକୁ
ଆଗରେ ଠିଆ ତହସିଲଦାର।
ଲାଂଚୁଆ ମିଛୁଆ
ଖଚୁଆ ଗହଣରେ
ଯାଉଛି ପ୍ରାଣ ସଦା।
ହେବ ନି କୋଉଠି
କିଛି ମାହାଲିଆ।
ୱାରେ ମାଗିଖିଆ!
ଚାକର ଆଉ ଚାକିରିଆ!
ଏଇଟା ଆମର ସ୍ୱାଧୀନତା!
ପୁଂଜିପତି ଜମି ଦଲାଲ
ମାଲେମାଲ,
ହାତୁଡି ଦା
ଥୁତା,
ଝଣ୍ଡାରେ ନାଇଁ ଲାଲ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
1/5/2019
ଶ୍ରମିକଦିବସରେ।

Wednesday, May 1, 2019
Topic(s) of this poem: life
POET'S NOTES ABOUT THE POEM
Written in odia language, it is about present day system of corruption
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success