ନେଇ ଯାtake This Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନେଇ ଯାtake This

Rating: 5.0

1.

ଗୋଟାମୋଟା
ମୁଁ ମତେ ସମର୍ପି ଦେଲି,
କହିଲି, ଯା ନେଇ ଯା।
କେମିତି ନେବ,
ନେଇ ରଖିବ କୋଉଠି,
କରିବ କଣ,
ସେଇସବୁ ନେବା ଲୋକର କାମ।
ମୋର ନାଇଁ ଜାଣିବାର।

ଜାଣି ବି
କରିବି କଣ?
ଆଉ କଲେ ବି
କିଏ କଣ ବୁଝିବ
ଆଉ ବୁଝିଲେ ବି
ରାସ୍ତା କଣ ଫିଟିବ!

2.

କାହାକୁ ଆଉ
କେତେ କଣ କହିଥାନ୍ତି,
କିନ୍ତୁ କହିଲି ନାଇଁ।
ରଖିଲି ନିଜକୁ
ନିଜ ଆୟତ୍ତରେ।
ବହିଲା ପବନ
ଫେରିଲା ନାଇଁ,
ରେଖା ପଂଚମୀରେ
କାଶତଣ୍ଡୀ ଆଣି
ଗୁନ୍ଥିଲି ବେଣୀ ଯେ!
ଲେଖିଲି କବାଟରେ
ଓଁ ଗଣେଶାୟ ନମଃ,
ମହାଦେବାୟ ନମଃ,
ଭୈରବାୟ ନମଃ।
ସଫଳତା ନ ମିଳିବା
ଜାଗାରୁ ମିଳିଲା।
କାହାକୁ କିଛି ନ କହି
ଠିଆ ଜାଗାରେ ଇ ବସିଲି
ଦେଖିବାକୁ ଆଉ ଥରେ
ଏ ଆକାଶକୁ।

Friday, August 31, 2018
Topic(s) of this poem: life,time
POET'S NOTES ABOUT THE POEM
written in odia language, odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success