ଗେଟ ୱାନ ଫ୍ରୀ
ଗଜାନନ ମିଶ୍ର
ବାଏ ୱାନ ଗେଟ ୱାନ
ଫ୍ରୀ।
କଳା ଘୋଡାର ବାଁଗୋଡର
ଖୁରାର ମୁଦି।
ଦଶ ଟଙ୍କା ମାତ୍ର ।
ପଡିଗଲେ ଯାଉଛି,
ହଜିଗଲେ ଯାଉଛି,
ବାଏ ୱାନ ଗେଟ ୱାନ
ଫ୍ରୀ।
ଆଉ ମାତ୍ର ତିରିଶ ମିନିଟ୍,
କାଉଣ୍ଟର ଖୋଲା।
ଭାଗ୍ୟରେ ଥିଲେ
ମିଳିଲା, ମତଲବ
ଖୋଜିଲେ ଗଲା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
9/3/2019
This poem has not been translated into any other language yet.
I would like to translate this poem