ଆନ୍ଦୋଳିତ କରୁ କି ନ କରୁ
ଆନ୍ଦୋଳନ କହୁଛନ୍ତି ଏମାନେ
ଆଉ ନିଜେ ନିଜେ ବଣ୍ଟାବଣ୍ଟିରେ
ବ୍ୟସ୍ତ ଗାଳିଗୁଲଜ ପଦପଦବୀ
ଆଉ ଆଉ ଯାହା ଯାହା ଅଛି
ସବୁ ସବୁ।
ଆନ୍ଦୋଳନ କହନ୍ତି କାହାକୁ
ନ ଜାଣି କହୁଛନ୍ତି
ନିଜକୁ ନିଜେ ପ୍ରତିଷ୍ଠାତା
ଭାଗ୍ୟବିଧାତା।
ଧନ୍ଯବାଦ ଏମାନଙ୍କୁ,
ଏମାନେ ରହିଛନ୍ତି ଏମିତି
ଟାଣି ଓଟାରି ଜବରଦସ୍ତି
ଝୁଣି ଖାଇବାକୁ ଅନ୍ତନଳୀ।
This poem has not been translated into any other language yet.
I would like to translate this poem