ଏକଛତ୍ର ସ୍ୱଚ୍ଛାଚାର
ଗଜାନନ ମିଶ୍ର
ମାଡି ବସି ଧରରେ
ମାଡି ବସି ଧର।
କୋଉଠୁ କୋଉଠିକୁ
ଯାଉଛି ଚୋର!
ମାଡି ବସି ଧରରେ
ମାଡି ବସି ଧର।
ଧରି ନ ପାରିଲେ ତୁମେ
କି ଚାକରରେ କି ଚାକର!
ମାଡି ବସି ଧରରେ
ମାଡି ବସି ଧର।
ଖାଉଛ ଯାହାର ତାହାରି ଉପରେ
ହାକିମାତି କର!
ମାଡି ବସି ଧରରେ
ମାଡି ବସି ଧର।
ନ ଫଳୁ ଫଳରେ
ନ ହଲୁ ପତର।
ମାଡି ବସି ଧରରେ
ମାଡି ବସି ଧର।
ଆରେ ହେ, କିଏ ମାଲିକରେ
କିଏ ଚାକର!
ମାଡି ବସି ଧରରେ
ମାଡି ବସି ଧର।
ଲୋକପୋକ ସବୁ ବେକାର,
ଏକଛତ୍ର ସ୍ୱେଚ୍ଛାଚାର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/8/2019
This poem has not been translated into any other language yet.
I would like to translate this poem