ଛୁଆଟେ ଜନମ କରବ ଯେ
ମଲାବେଲକେ ପାଏନ ଫୁଟେକ
ନେଇଁ ଦେବା,
ମାଏଝିଟେ ବିହା ହେବ ଜେ
ଖାଏବାକେ ମୁଠେ ନେଇଁ ବାଢି ଦେବା,
ନଉକରଟେ ରଖବ ଜେ ମାଲିକକେ
ଅଁଧାରେ ରଖବା ସବୁ ବିଷେଥି
ଆରୁ ମାଲିକ ମରବା କେନ୍ତା ଜଲଦି
ହେନ୍ତା ଉପେ କରୁଥିବା ।
ଇ ଜିବନ ହେନ୍ତା
ସାନିଘାଁଟି ହଉଥିବା,
ବିଷପିତା ଲାଗୁଥିବା ସବୁ ସବୁ
ଫେର ଭି ବଂଚମି ବଂଚମି ହଉଥିବା
ଇ ମନ କେନ୍ତା କାଁକରି!
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/8/2019
This poem has not been translated into any other language yet.
I would like to translate this poem