ଏ ସମୟ This Time Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏ ସମୟ This Time

Rating: 5.0

କାହାର ଏ ସମୟ
ଗଜାନନ ମିଶ୍ର

କାହାର ଏ ସମୟ?
ସତେ କାହାର? ?
ଏ ସମୟ କଣ
ସତରେ ମହାବିଷମ!
ଏ ସହରର ସବୁ
ନରନାରୀ କଣ
ହିଂସ୍ରପଶୁ!
ନହେଲେ ଜଣେ
ଡରି ଅନ୍ୟକୁ
ପଳାନ୍ତା କିଆଁ ଦୂରକୁ!
ଘରଦୁଆର ସତରେ
କଣ ମଶାଣି?
ଜ୍ଞାତି ପରିଜନ
ମିତ୍ରବନ୍ଧୁ ସତରେ
ଯମଦୂତ!
ଖାଁ ଖାଁ ସହରବଜାର
ପ୍ରକୃତିର ଏ
କି ଭୀଷଣ ରୂପ!
ଯିଏ ଯୋଉଠି
ସିଏ ସେଇଠି
ଚିତ୍ରପ୍ରତିମା
ବିକଳ
ପଡୁ ନି ଜଣା
କୂଳ କିନାରା।
ସୁଖ ଦେଉ ନି କିଆଁ
ବିଷୟ ଭୋଗ?
ଗୁମ୍ କୋଉଠି
ଦିଗବିଦିଗ।
ଏତେସେତେ ଶବ
ଏଇଠି ସେଇଠି,
ନିଆଁ ବି ଅକ୍ଷମ
ଜାଳିବାକୁ,
ମାଟିର ବି
ନାଇଁ ଶକ୍ତି
କୋଳେଇବାକୁ!
ପବନ ପାଣି
କିଏ ପଚାରୁଚି
ଆଉ କାହାକୁ!
ଏତେ ବିବଶ
ମଣିଷ!
ଏତେ ଶୋକ
ଏତେ ବିଷାଦ
ଏତେ ଆର୍ତ୍ତନାଦ! !
ଧୈର୍ଯ୍ୟଠି ବି ନାଇଁ
ଗୋଟିଏ ଶବ୍ଦ।
କେମିତି ଦାରୁଣ ଦୁଃଖ!
କେମିତି ସମୟ!
ସମୟକୁ ବି
ଆବୋରିଛି ଖୋଦ ଭୟ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
21/04/2020

Monday, April 20, 2020
Topic(s) of this poem: life
POET'S NOTES ABOUT THE POEM
Language - odia, script - brahmi
This time is really dangerous!
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success