ସମୟ Time Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସମୟ Time

Rating: 5.0

ଖେଳର କମାଲ
ଗଜାନନ ମିଶ୍ର

କୌଣସିଟିକୁ ପୂରା ନ କରିପାରିବାର
ନିୟତିର ନିର୍ଦେଶ କି ଆଉ କଣ
ପାରୁ ନି ଜାଣି,
ଜାଣି ପାରିବାର ଆଉ ନ ଜାଣି ପାରିବାର
ବି ମୋ ଆୟତ୍ତରେ ନାଇଁ।

କଣ ଜାଣୁଛି ଆଉ କଣ ଜାଣୁ ନି
କହିବି, କି ପାରିବି କହି
ସେଇଟା ବି ନାଇଁ।
ଯାହା ନାଇଁ ଘଣ୍ଟାଚକଟା
ଅସ୍ଥାନରେ ସବୁ ଘଟୁଛି ଯାହା
କଣ ସେସବୁ ରହିଛି ଚାହିଁ।

ଏ ସ୍ଥାନରେ କରିଦେଇ ଆରମ୍ଭ
ସେ ସ୍ଥାନକୁ ଯାଉଛି ଚାଲି,
ଆଉ ସେ ସ୍ଥାନରୁ ହେଉଛି ବିରକ୍ତ
ଯୋଉଥିରେ ନାଇଁ ହାତ।

ହାତକୁ ହେଲେ କଣ
ହେଉଛି ଦେଖି ପୂରା!
ହାତ କୋଉଠି ଅଛି ଯେ
ଦେଖେଇବ ଇଏ ତୋର
ସିଏ ମୋର!

ନା ଦେଖା ନା କୁହା
ସବୁଆଡେ ଖେଳର କମାଲ
ଆଲୁଅ ଆଉ ଅନ୍ଧାର।
ଯୋଉଠି ଯାହା ରହିଲା
ଯୋଉଠି ଯିଏ ପୁଣି ଆଗେଇଲା
କିଛି ଜଣା ନ ଗଲା
ଏକୁ ଆରେକକୁ କହି ବି
ପାରିଲା ନି ଯା ପଚାର।

ତପୋବନ, ଟିଟିଲାଗଡ, ବଲାଙ୍ଗିର
20/4/2019

Friday, April 19, 2019
Topic(s) of this poem: time
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success