ବଳି
ଗଜାନନ ମିଶ୍ର
ସମୟ ଖତମ ବଳିର,
ଭେଟିବ ଯାଇ ଏବେ ଅନ୍ଧାର।
ବଳି କିଏ ପଚାର ନି ଭାଇମାନେ,
କହିବାକୁ ଯୋଉ ଭାଷା ଦରକାର
ସବୁକୁ ଢାଙ୍କି ରଖିଛନ୍ତି ନବୀନ
ଆଉ ଚେଲାଚାମୁଣ୍ଡାମାନେ।
ମାଟିର ସନ୍ତାନ ଅଛି କିଏ?
ଉଠିବସି କହିବ ଆରେ, ଅଛି ତ!
ଥାଉ ଥାଉ ଯାଉଛି ବିଗିଡି ସବୁ
କେମିତି ଜଣା ନାଇଁ ନା କଣ!
ଫେସବୁକରେ ଖାଲି ନଚାଡେଗା
ମତଲବ ନାଇଁ କିଛି କାହାର।
ଏତେସେତେରେ ମିଳିବ କଣ?
ସିଧାସଳଖକୁ ବଙ୍କାତେଢା ବୁଝ ନା,
ଆଉ ମଧ୍ଯ ରାଜା ପ୍ରଜା ଭେଦ ଦେଖ ନା,
ମାଟିର ସବୁ ଯାଉଛି ମାଟିକି,
କୁହ ନା ବଳିଟା ମୂର୍ଖ,
କହିଲେ ଫୁଟିବ ଆଖି।
ଆଉ ଏକ କଥାକୁ
ସମୟ ନିଅଣ୍ଟ।
ନିଅଣ୍ଟିଆ ବଜେଟକୁ
ନାଇଁ ମନ।
ଚାଲିଗଲା ଶଳାଟା
ହୁବମ କରି ଆଉ
ଛାଡିଗଲା ଛିଣ୍ଡେଇ
ସାମାଜିକ ନିୟମକାନୁନ ।
ଗଲାଣି ବଳି,
ଯୋଗବିଯୋଗର ସବୁ ହିସାବ
ହେଉଛି ଫେଲ।
କଣ ପାଇଁ ଥିଲା
ସେ ଏକା ଜାଣେ,
ଯାହା ହେଲା ଭଲ କି ଖରାପ
ଏ ଯାଏ କହିବାକୁ
ଆସି ନାହାନ୍ତି ଜଣେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
13/6/2019
This poem has not been translated into any other language yet.
I would like to translate this poem
Each one has his or her own time