ହନନ ସମୟ Time Killing Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ହନନ ସମୟ Time Killing

Rating: 5.0

ଯେତେ କହିଲେ ବି
ଗଜାନନ ମିଶ୍ର

ହନନ ହେଉଛି ସମୟ,
ଯେତେ କହିଲେ ବି
ଶୁଣିବାକୁ ଲାଗୁ ନି ମନ।
ପାଠ ପରିବର୍ତେ ସ୍କୁଲରେ
ବଣ୍ଟା ଚାଲିଛି ଅଣ୍ଡା,
ମଧ୍ୟାହ୍ନ ଭୋଜନ।

ଛାଇ ଟିକିଏ ବି
ଦେଉ ନି ଯଦି ସେ କି ଗଛ!
ବିପିଏଲ ଏପିଏଲରେ
ମାଡପିଟ ସର୍ବସାଧାରଣ।

ଆରାମ କର,
ସେବା ନାମରେ
କଲଣି ବହୁତ ।
ନୂଆ ନୂଆ କିସମର
ରାଂଜ ଦେଇ
କସରତରେ ବ୍ୟସ୍ତ ତୁମେ
ଠିଆ କରେଇବାକୁ
ଲତା ଗୁଳ୍ମ।

ତପୋବନ କେବଳ ମୋର
କହି ନି କେବେ,
କହିବି ନାଇଁ ଆଗକୁ ବି
ଦେଉଛି କଥା।

ଚିରାଚରିତ ଢଙ୍ଗରେ
ଯାଇଛି ଏଆଡୁ
ସେଆଡକୁ, ହେଇ ନି
ନସରପସର କେବେ
କୋଉଠି ମତଲବ ରଖି।

ବ୍ୟବସ୍ଥାକୁ କରି ନି
ସଂପୂର୍ଣ ବିଶ୍ୱାସ ଯାହାଯୋଗୁଁ
ଭୋକିଲା ଆଜି ବି ମୋ ପିଲା
ଆଉ ଯାଇଛି ଦାଦନ ବାହାରକୁ।
ମୁଁ ମୋର ମାପଚୁପାରେ
ଚଲେଇଛି ମୋ ଦିନ
ଡର ନାଇଁ ରାତିକୁ।

ଖାଇ ନି ବି
ମନକୁ ମନ ଲଡୁ,
ଦୁଆର ଆବୋଡି ହୋଇ ନି ବି
ଠିଆ ଈର୍ଷାରେ ହେଉ କି
ହେଉ ରାଗରେ!
କାରଣ ଯାହା ବି ହେଉ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
30/6/2019

Saturday, June 29, 2019
Topic(s) of this poem: time
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success