ଖୁଜଲେ ହେଲା
ଗଜାନନ ମିଶ୍ର
ଖୁଜଲେ ମିଲବା ଗୁରଦୁ
ଖୁଜବ କାଣା କେତେବେଲେ
ଜାନିପାରଲେ ହେଲା।
ଉଡି ପାରଲେ
କେତନି କେତେ
କେନକେନଆଡେ
ଗମି ହେବା
ମନ ହେଲେ ହେଲା।
କେଁ ଅଁତ ଅଛେ
କେନ କଥାର!
2
ଜାନବାରକେ ପଡବା
କାଣା ଖୁଜଲେ
କାଣା ମିଲବା।
ଆରୁ ମିଲଲେ
କରବାରକାଜେ ପଡବା
କେନ୍ତାକରି କାଣା।
ଜେନ ଜାନିପାରଲେ
ପତରବେଡା ବାଗିର
ଉଲଟାପୁଲଟା ସନାଘଟା
ସମିଆ ବରବାଦ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
8/9/2019
This poem has not been translated into any other language yet.
I would like to translate this poem