ତିତଲି ଡଟକମ୍Titli.Com Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ତିତଲି ଡଟକମ୍Titli.Com

Rating: 5.0

ତିତଲି ଡଟକମ୍
ଗଜାନନ ମିଶ୍ର

ଲଗ ଅନ କରନ୍ତୁ
ଆଉ ଅଧିକ ବର୍ଷା ପାଇଁ
ଆଉ ଅଧିକ ପବନ ପାଇଁ
ଆଉ ଅଧିକ ଜୀବନ ପାଇଁ
ଲଗ ଅନ କରନ୍ତୁ
ଡବ୍ଲୁ ଡବ୍ଲୁ ଡବ୍ଲୁ ତିତଲି ଡଟକମ୍।

ବନ୍ଦ କରି ଦିଅନ୍ତୁ
ସବୁ ସ୍କୁଲ କଲେଜ,
ଚୋବିଶ ଘଣ୍ଟା ଖୋଲା ରଖନ୍ତୁ
ସବୁ କାର୍ଯ୍ୟାଳୟ ସବୁ ଭାର୍ଯାଳୟ
ଲିଭଟେଲିକାଷ୍ଟ କରୁଥାନ୍ତୁ ସବୁ ଚାନେଲ
ଲୋକଙ୍କୁ ଜଣାଉଥାନ୍ତୁ ପାଣିପବନ ହାୱା
କେତେବେଳେ ଯାଉଛି କେଉଁଆଡେ ।

ଅପଡେଟ ନ୍ୟୁଜ
ପାଖାପାଖି ଆସିଗଲାଣି
ଘରଦ୍ୱାର ପଡିଆ ପାହାଡ
ଉଜାଡି ଦେବାକୁ ଏକଶହ
ଷାଠିଏ କିମି ବେଗରେ ପବନ,
ଆଶ୍ୱସ୍ତି ଖବର ଉତ୍ତରମୁହାଁ ଯାଉଛି
ସମୟ ବି ମାରୁଛି ଶାନ୍ତିର ନିଶ୍ୱାସପ୍ରଶ୍ୱାସ ।

ଆତଙ୍କିତ ହେବାର କାରଣ ନାଇଁ,
ହେବ ନି କିଛି ସେମିତି,
କିଛି ଗଛ ଉପୁଡିପାରେ,
ଛଣଛପର ଡାଳପତ୍ରକୁଡିଆରେ
ରହନ୍ତୁ ନି ଏଇ ସମୟରେ,
ପାଖପାଖି ସିମେଣ୍ଟକଂକ୍ରିଟ ବିଲଡିଂକୁ
ଚାଲିଯାନ୍ତୁ ଆଉ ଅପେକ୍ଷା କରନ୍ତୁ
ଆଉ କିଛି ସମୟ ପବନ
ଆଉ ଟିକିଏ କମ୍ ବେଗ ହେଲାଯାଏ,
ପବନ ସହିତ ବର୍ଷା କମିଲା ଯାଏ।

ଖାଦ୍ୟପେୟ ଅଛି ମହଜୁଦ,
ବ୍ୟାଙ୍କସବୁ ଖୋଲା,
ଉଠାଣ କରି ପାରିବେ ନିଜ ନିଜ ପଇସା।

ଆଦେଶ ଦିଆସରିଛି କେହି ଛାଡ ନି
ସଦରମହକୁମା, ଦୁଃଖି ଦରିଦ୍ରଙ୍କ ଉପରେ
କୁହାଯାଇଛି ରଖିବାକୁ କରୁଣା।
ରୋଗୀଶୋକୀଭୋଗୀଙ୍କ ପାଇଁ
ଖୋଲା ବି ଅଛି ସବୁ ଡାକ୍ତରଖାନା ।

ଚିନ୍ତା କରିବାର ନାଇଁ,
ଅଛି ଯଦିଓ ପୂରା ଅଶାନ୍ତ ସମୁଦ୍ର,
ଗତକାଲି ରାତିରେ କୁଆଡେ ଆସିବାକୁ
ବ୍ୟଗ୍ର ଥିଲା ସମୁଦ୍ର ଆଉ ସମସ୍ତେ ଥିଲେ ନିଦରେ।
ସବୁ କଥା ଅବଶ୍ୟ ଜଣାପଡିଥିଲା ସକାଳେ।
ସତର୍କ ଅବଶ୍ୟ ରହନ୍ତୁ କଳାବଜାରୀଙ୍କୁ
ଦଶକୁ ପଚାଶ କରିବେ ଏମାନେ,
ନକଲିକୁ ଅସଲି ବୋଲି ବି ବିକିବେ।

ଅଚିନ୍ତା ରହନ୍ତୁ,
ପବନ ବର୍ଷା କମୁଛି ଧିରେ ଧିରେ।
ଠକ ବଦମାସ ଅନୁଭବ କଲେଣି
ନୁହଁ ଭଲ କରୁଛନ୍ତି ଯାହାଯେତେ।
ଆହୁରି ଚେରମୂଳଡାଳ ବିଷୟରେ
ଜାଣିବାକୁ ଇଚ୍ଛା ଯଦି ଲଗଅନ କରନ୍ତୁ
ଉପରର ୱେବ ସାଇଟରେ ପାଇବେ ସବୁ।
ଅବଶ୍ୟ ଅନୁମାନ କରିନେବେ ବାକିସବୁ

ଆତଙ୍କଖବରକୁ ଆଶ୍ରାକରି
କେତେକିଏ ଫାଇଦା ମାରିଲେ।
ମନକଥା ମନରେ ରଖିଥିବେ
ଭାଙ୍ଗିଥିବ ଯେତେବେଳେ ଯିଏ
ଆହା କରୁଥିବେ, ମାରିବେ ନି
ଚୋଟ କେବେ।

ନିଜ ନିଜ ଅନୁଭବ ଲେଖିବେ
ଆଉ ମତେ ଦୟାକରି ଜଣାଉଥିବେ
ତଳ ଇମେଲରେ, ଜୀବନକୁ
ଜୀବନ ଭଳି ଆମେ ବଂଚିବା ଏଠି
ଏକା ସାଙ୍ଗରେ ଏଇ ସମୟରେ ।

ତପୋବନ, ଟିଟିଲାଗଡ, ବଲାଙ୍ଗିର, ଓଡିଶା
ଇମେଲ[email protected]

Wednesday, October 10, 2018
Topic(s) of this poem: nature
POET'S NOTES ABOUT THE POEM
life is always ready to face any natural disaster, life itself is nature. This poem is written in odia language, Odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success