ଛିଡାକପଟା
ଗଜାନନ ମିଶ୍ର
କାଣା ହେବା କେନ ଜାନବା?
ଅନମାନ କଲାଟା ଲାଗବା
ହେଟା ଭି ନେଇଁ କହି ହୁଏ।
ଜାନବାରଟା ଦୁଖ ଆଏ,
ଜାନବାରକେ ନେଇଁ ଚାହେଁବାରଟା
ସଭକର କାଜେ ଭଲ।
ଯେନଟା ଯେତେବେଲେ
ହେବାରଟା ହେବା,
ଆରୁ ବଁଚବାରଟା ଆମେ
ଏନ୍ତା ବଂଚିଥିମା
ଛିଡାକପଟା ବଦଲଉ ବଦଲଉ।
ସର୍ବସତ୍ତ୍ୱ: ଗଜାନନ ମିଶ୍ର
17/9/2018
ଟିଟିଲାଗଡ, ବଲାଙ୍ଗିର।
This poem has not been translated into any other language yet.
I would like to translate this poem